ଗୀତିକାର ଗୁଲଜାର ଏବଂ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିବ ୨୦୨୩ ବର୍ଷ ପାଇଁ ଜ୍ଞାନପୀଠ ପୁରଷ୍କାର

ନୂଆଦିଲ୍ଲୀ: ମହାନ ଫିଲ୍ମକାର, ଗୀତିକାର ଏବଂ ଉର୍ଦ୍ଦୁ କବି ଗୁଲଜାରଙ୍କ ସହ ସାଂସ୍କୃତିକ ଭାଷାର ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରଷ୍କାର ପାଇଁ ମନୋନୀତ କରାଯାଇଛି । ପୁରସ୍କାର ସହ ଜଡିତ ସିଲେକ୍ସନ ପ୍ୟାନେଲ କହିଛନ୍ତି ଯେ, ଗୁଲଜାର ଏବଂ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ୨୦୨୩ ପାଇଁ ମନୋନୀତ କରାଯାଇଛି ।

ସାରା ବିଶ୍ୱରେ ଜଣାଶୁଣା ଗୀତିକାର ଗୁଲଜାରଙ୍କୁ ଉର୍ଦ୍ଦୁ ଭାଷାରେ ତାଙ୍କର ଅପୂର୍ବ ଅବଦାନ ପାଇଁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏହା ସହିତ ସଂସ୍କୃତ ଭାଷାରେ ଅବଦାନ ପାଇଁ ସାହିତ୍ୟର ଏହି ସର୍ବୋଚ୍ଚ ସମ୍ମାନ ପାଇଁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ନାମ ମଧ୍ୟ ମନୋନୀତ ହୋଇଛି।

ଜନ୍ମର ଦୁଇ ମାସ ପରେ ଆଖି ହରାଇଥିବା ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ଉତ୍କୃଷ୍ଟ ଶିକ୍ଷକ ତଥା ସଂସ୍କୃତ ଭାଷାର ପଣ୍ଡିତ ଥିଲେ। ଅନେକ ଭାଷାରେ ଜଣାଶୁଣା ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ୮୦ ଟି ପୁସ୍ତକ ଲେଖିଛନ୍ତି। ତାଙ୍କର ୨୨ ଟି ଭାଷା ବିଷୟରେ ଜ୍ଞାନ ଅଛି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି।