fbpx

ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩ା୬(ଓଡ଼ିଶା ଭାସ୍କର): ରାଜ୍ୟର ୧୬ଜିଲ୍ଲାରୁ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି । ୧୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଓ ସ୍ଥାନୀୟ ଅଞ୍ଚଳରୁ ୧୧ଜଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୧, ବାଲେଶ୍ୱରରୁ ୨୪, ଖୋର୍ଦ୍ଧାରୁ ୩, କେନ୍ଦ୍ରାପଡ଼ାରୁ ୯, ଭଦ୍ରକରୁ ୩, ବଲାଙ୍ଗିରରୁ ୧୩, ସୁନ୍ଦରଗଡ଼ରୁ ୪, ନୂଆପଡ଼ାରୁ ୮, ଗଜପତିରୁ ୪, ମୟୁରଭଞ୍ଜରୁ ୮, ଦେବଗଡ଼ରୁ ଜଣେ, ଅନୁଗୁଳରୁ ୩, ସୋନପୁରରୁ ୧୭, କଳାହାଣ୍ଡିରୁ ଜେ. ସମ୍ବଲପୁରରୁ ୩, ରାୟଗଡ଼ାରୁ ପ୍ରଥମ ଥର ଜଣେ କରୋନା ପଜିଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟରେ ୨୩୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୨୫ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏବେ ରାଜ୍ୟରେ ୧୦୫୬ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.