fbpx

ଲାଦାଖକୁ ରାଜ୍ୟ ମାନ୍ୟତା ଦାବି; ସରକାରଙ୍କୁ ଧନ୍ୟବାଦ ଦେବି ନଚେତ୍ ଆମରଣ ଅନଶନ କରିବି କହିଲେ ସୋନମ ୱାଙ୍ଗଚୁକ୍

ନୂଆଦିଲ୍ଲୀ: ରେମନ୍ ମେଗସେସେ ଆୱାର୍ଡ଼ରେ ସମ୍ମାନିତ ସୋନମ ୱାଙ୍ଗଚୁକ୍ ଲାଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆସନ୍ତା ସପ୍ତାହ କେନ୍ଦ୍ର ସରକାରଙ୍କ ସହ ଏକ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଦାବି ପୂରଣ କରିବା ପାଇଁ ସରକାରଙ୍କୁ ଧନ୍ୟବାଦ ଦିଆଯିବ ନଚେତ୍ ଆମରଣ ଅନଶନ କରାଯିବା ନେଇ ଚେତାବନୀ ଦେଇଛନ୍ତି ୱାଙ୍ଗଚୁକ୍ ।

ଲାଦାଖକୁ ରାଜ୍ୟ ମାନ୍ୟତା ଦାବି, ସମ୍ବିଧାନର ଷଷ୍ଠ ଅନୁସୂଚୀରେ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଅନ୍ତର୍ଭୁକ୍ତ କରିବା ଏବଂ ଉଚ୍ଚ ଅଂଚଳ ପାଇଁ ଏକ ସ୍ୱତନ୍ତ୍ର ଜନସେବା ଆୟୋଗ ଗଠନ ପାଇଁ ଦାବି କରାଯାଇଛି । ଲାଦାଖର ସାମ୍ବିଧାନିକ ସୁରକ୍ଷା ପାଇଁ ୱାଙ୍ଗଚୁକ୍ ଏକ ଅଭିଯାନ ଚଲାଉଛନ୍ତି । ସେ କହିଛନ୍ତି, ‘ଫେବୃଆରୀ ୨୬ରେ ଲେହରେ ଏକ ବିରାଟ ସାର୍ବଜନିକ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ଲାଦାଖବାସୀଙ୍କ ଦାବିକୁ ପୁରଣ କରିବା ପାଇଁ ସରକାରଙ୍କୁ ଧନ୍ୟବାଦ ଦିଆଯିବ ନଚେତ୍ କଥାବାର୍ତ୍ତା ବିଫଳ ହେଲେ ଆମରଣ ଅନଶନ କରିବୁ’ । ତେବେ କେନ୍ଦ୍ର ସରକାରଙ୍କ ସହ ଏହି ଆଲୋଚନା ଜରୁରୀ ବୋଲି କହି ଆମରଣ ଅନଶନକୁ ଅସ୍ଥାୟୀ ଭାବରେ ରଦ୍ଦ କରିଛନ୍ତି ୱାଙ୍ଗଚୁକ୍ ।

 

Get real time updates directly on you device, subscribe now.