fbpx

ଭେଟାଭେଟି ହେଲେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ଓ ଛୋଟ ମହିଳା; ପୁଅ ୮ଫୁଟ୍ ୩ଇଞ୍ଚ, ଝିଅ ୨ଫୁଟ୍

ଓଡ଼ିଶା ଭାସ୍କର : ଭେଟାଭେଟି ହେଲେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ଓ ଛୋଟ ମହିଳା । କାଲିଫର୍ଣ୍ଣିଆର ଇର୍ଭିନ୍ ଠାରେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ତୁର୍କିଏର ସୁଲତାନ କୋସେନ୍ ସୋମବାର ଭାରତର ଜ୍ୟୋତି ଆମ୍ଗେଙ୍କୁ ଭେଟିଥିଲେ । ଆନାଡୋଲୁ ଏଜେନ୍ସି ଅନୁଯାୟୀ, ଦୁହେଁ ଆମେରିକୀୟ ପ୍ରଯୋଜକଙ୍କ ନିମନ୍ତ୍ରଣକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲସ୍ ଆଞ୍ଜେଲସ୍ ଯିବେ । ଜଳଖିଆ ପରେ ଦୁହେଁ ଏକ ସ୍ମରଣୀୟ ଫଟୋ ଉଠାଇଥିଲେ । ଯାହାକୁ ଦେଖିଲେ ଆପଣ ବି ଭାବିବେ ଇଏ ଗଜବ ସୃଷ୍ଟି । କିଏ ଏତେ ଲମ୍ୱା ତ କିଏ ଏତେ ଛୋଟ ।

ତୁର୍କିଏର ଦକ୍ଷିଣ-ପୂର୍ବ ମାର୍ଡିନ୍ ପ୍ରଦେଶର ବାସିନ୍ଦା କୋସେନ୍ ଏବଂ ଆମ୍ଗେ ଜଣେ ଆମେରିକୀୟ ପ୍ରଯୋଜକଙ୍କ ନିମନ୍ତ୍ରଣକ୍ରମେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲସ୍ ଆଞ୍ଜେଲସ୍ ଯିବେ । କୋସେନ୍ ର ଉଚ୍ଚତା ୨.୫୧ ମିଟର ଯାହାକି ୮ ଫୁଟ ୩ ଇଞ୍ଚ ହୋଇଥିବା ବେଳେ ଆମ୍ଗେର ଉଚ୍ଚତା ୬୨.୮ ସେଣ୍ଟିମିଟର ଯାହାକି ଦୁଇ ଫୁଟରୁ ମାତ୍ର ଟିକିଏ ଅଧିକ । ଇଜିପ୍ଟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟର ନିମନ୍ତ୍ରଣକ୍ରମେ ୨୦୧୮ ରେ ଇଜିପ୍ଟର ରାଜଧାନୀ କାଇରୋରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲେ ଏବଂ ଗିଜାର ପିରାମିଡ ପରିଦର୍ଶନ କରିଥିଲେ ।

Get real time updates directly on you device, subscribe now.