fbpx

ଦୀପିକା ପାଦୁକୋନ ଗର୍ଭବତୀ! ଖୁବ୍ ଶୀଘ୍ର ପିତା ହେବେ ରଣବୀର

ମୁମ୍ବାଇ: ଦୀପିକା ପାଦୁକୋନ୍ ନିକଟରେ BAFTA ଚଳଚ୍ଚିତ୍ର ଆଓ୍ୱାର୍ଡ ସେରେମୋନିରେ ନଜର ଆସିଥିଲେ । ଏଥିରେ ସେ ସବ୍ୟସାଚୀଙ୍କ ଡିଜାଇନର ଶାଢ଼ି ପିନ୍ଧି ରେଡ୍‌ କାର୍‌ପେଟ୍‌ରେ ଓହ୍ଲାଇଥିଲେ। ଏହି ସମୟରେ ସେ ନିଜ ପେଟ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏହାପର ଠାରୁ ସେ କୁଆଡେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଚର୍ଚ୍ଚା ଉପରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ମୋହର ମାରିଛନ୍ତି।

ମାଗାଜିନ୍‌ ଦ ଓ୍ୱିକ୍‌କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଜଣେ ଘନିଷ୍ଠ ବନ୍ଧୁ ଦୀପିକା ପ୍ରେଗନାଣ୍ଟ ଥିବା ନେଇ କନ୍‌ଫର୍ମ କରିଛନ୍ତି। ଦୀପିକାଙ୍କ ସେକେଣ୍ଡ ଟ୍ରାୟମିଷ୍ଟର ଚାଲିଛି। ଅର୍ଥାତ ଅଭିନେତ୍ରୀ ୪ ମାସର ଗର୍ଭବତୀ ଥିବା ସେ କହିଛନ୍ତି।

କିଛି ଦିନ ତଳେ ସ୍ବାମୀ ତଥା ଅଭିନେତା ରଣବୀର ସିଂହଙ୍କୁ, ଦୀପିକା ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଅଭିନେତ୍ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ଦୀପିକା ୪ ମାସର ଗର୍ଭବତୀ ଅଛନ୍ତି। ତେବେ ଏଭଳି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ ଦୀପିକା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଏହା ପୂର୍ବରୁ ଗତ ମାସରେ ଫିଲ୍ମ ‘ଫାଇଟର’ର ପ୍ରଚାର ବେଳେ ମଧ୍ୟ ଦୀପିକା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଗତବର୍ଷ ଦୀପିକା କହିଥିଲେ ଯେ, ରଣବୀର ଓ ମୁଁ ଛୋଟ ପିଲାଙ୍କୁ ବହୁତ ପସନ୍ଦ କରୁ। କେବେ ଆମେ ଆମର ପରିବାର ଆରମ୍ଭ କରିବୁ, ସେହି ଦିନକୁ ଅପେକ୍ଷା କରିଛୁ।

Get real time updates directly on you device, subscribe now.