fbpx

ସାରଥି ପୋର୍ଟାଲ ସମସ୍ୟା; ଫେବୃଆରୀ ୨୯ ଯାଏଁ ଲର୍ଣ୍ଣର-ଡ୍ରାଇଭିଂ ଲାଇସେନ୍ସର ବୈଧତା ବୃଦ୍ଧି କଲା ସଡ଼କ ମନ୍ତ୍ରାଳୟ

ନୂଆଦିଲ୍ଲୀ: ସାରଥି ପୋର୍ଟାଲରେ ସମସ୍ୟା ଯୋଗୁଁ ଲର୍ଣ୍ଣର-ଡ୍ରାଇଭିଂ ଲାଇସେନ୍ସ, କଣ୍ଡକ୍ଟର ଲାଇସେନ୍ସର ବୈଧତା ଫେବ୍ରୁଆରି ୨୯ ପର୍ଯ୍ୟନ୍ତ ବୃଦ୍ଧି କଲା ସଡ଼କ ମନ୍ତ୍ରାଳୟ। ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଏବଂ କଣ୍ଡକ୍ଟର ଲାଇସେନ୍ସର ବୈଧତାକୁ ଫେବୃଆରୀ ୨୯, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଙ୍ଗଳବାର ଏକ ଆଦେଶ ଜାରି କରିଛି ସଡ଼କ ମନ୍ତ୍ରଣାଳୟ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ ୨୦୨୪ ଜାନୁଆରି ୩୧ରୁ ୨୦୨୪ ଫେବ୍ରୁଆରି ୧୨ ପର୍ଯ୍ୟନ୍ତ ସାରଥି ପୋର୍ଟାଲରେ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଆବେଦନକାରୀମାନେ ଲାଇସେନ୍ସ ସମ୍ବନ୍ଧୀୟ ସେବା ପାଇବାରେ ବାଧାର ସମ୍ମୁଖୀନ ହୋଇଛନ୍ତି।

ସଡ଼କ ପରିବହନ ମନ୍ତ୍ରଣାଳୟ କହିଛି ଯେ ୨୦୨୪ ଜାନୁଆରି ୩୧ରୁ ୨୦୨୪ ଫେବ୍ରୁଆରି ୧୫ ମଧ୍ୟରେ ଅବଧି ଶେଷ ହୋଇଥିବା ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଏବଂ କଣ୍ଡକ୍ଟର ଲାଇସେନ୍ସର ବୈଧତା ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ କୌଣସି ଜରିମାନା ଆଦାୟ ନକରି ବୈଧ ବୋଲି ବିବେଚନା କରାଯିବ। ଆଂଶିକ ଅନଲାଇନ୍ ସେବା ବନ୍ଦ/ଅକ୍ଷମ ଯୋଗୁଁ ଆବେଦନକାରୀମାନେ ଫି’ ପୈଠ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଲର୍ଣ୍ଣର ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ, ଡ୍ରାଇଭିଂ ସ୍କିଲ୍ ଟେଷ୍ଟ ଇତ୍ୟାଦି ସେବା ପାଇଁ ଆବେଦନ କରିପାରୁ ନାହାନ୍ତି।

ପରିବହନ ପୋର୍ଟାଲ ମାଧ୍ୟମରେ ସେବା ବାଧାପ୍ରାପ୍ତ ହେବା ସମୟରେ ନାଗରିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ନାଗରିକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ୩୧ ଜାନୁଆରୀ, ୨୦୨୪ରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ଅବଧି ଶେଷ ହୋଇଥିବା ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଏବଂ କଣ୍ଡକ୍ଟର ଲାଇସେନ୍ସର ବୈଧତାକୁ ଫେବୃଆରୀ ୨୯ ପର୍ଯ୍ୟନ୍ତ କୌଣସି ଜରିମାନା ଆଦାୟ ନକରି ବୈଧ ବୋଲି ବିବେଚନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ୨୦୨୪ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ୨୦୨୪ ଫେବ୍ରୁଆରି ୨୯ ତାରିଖ ପର୍ଯ୍ୟନ୍ତ ଏଭଳି ଦସ୍ତାବିଜକୁ ବୈଧ ମନେ କରିବାକୁ ପରାମର୍ଶ ଦିଆଯାଇଛି।

 

Get real time updates directly on you device, subscribe now.