fbpx

ମଡେଲ୍ ତାନିଆଙ୍କ ଆତ୍ମହତ୍ୟା କେସ୍‌ରେ ଯାଞ୍ଚକୁ ଆସିଲେ ଏହି ଆଇପିଏଲ୍ ଖେଳାଳୀ, ପୋଲିସ କଲା ବଡ ଖୁଲାସା

ସୁରଟ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଅଭିଷେକ ଶର୍ମା ବିବାଦରେ ଫସିଯାଇଛନ୍ତି । ସୁରଟର ଜଣେ ପ୍ରସିଦ୍ଧ ମଡେଲ୍ ତାନିଆ ସିଂହଙ୍କ ଆତ୍ମହତ୍ୟା ପରେ ଅଭିଷେକଙ୍କୁ ପଚରାଉଚୁରା ଲାଗି ସ୍ଥାନୀୟ ପୋଲିସ ସମନ ପଠାଇଛି ।

ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ୨୩ ବର୍ଷୀୟ ଅଭିଷେକଙ୍କୁ ହିଁ ମଡେଲ ତାନିଆ ଶେଷ କଲ୍ କରିଥିଲେ । ଏପରି ସ୍ଥିତିରେ ବିଭିନ୍ନ ଦିଗରୁ ପୋଲିସ ମାମଲାର ଯାଞ୍ଚ କରୁଛି । ୨୮ ବର୍ଷୀୟା ତାନିଆ ଫ୍ୟାଶନ ଡିଜାଇନିଂ ଓ ମଡେଲିଂ ଫିଲ୍ଡରେ କାମ କରୁଥିଲେ । ଇନଷ୍ଟାଗ୍ରାମରେ ତାଙ୍କର ୧୦,୦୦୦ରୁ ଅଧିକ ଫଲୋୟର୍ସ ରହିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ବାଓରେ ଲେଖାଯାଇଛି କି ସେ ଜଣେ ଡିକ୍ସ ଜକି, ମେକଅପ୍ ଆର୍ଟିଷ୍ଟ ଓ ମଡେଲ୍ ।

ତାନିଆ ସୁଇସାଇଡ୍ କରିବା ପରେ ପୋଲିସ ସୁରଟରେ ଏହାର ଯାଞ୍ଚ ଆରମ୍ଭ କରିଛି । ଏହି ସମୟରେ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଅଭିଷେକ ଶର୍ମାଙ୍କ ନାମ ସାମ୍ନାକୁ ଆସିଛି । ଯାଞ୍ଚରେ ଏହାର ଖୁଲାସା ହୋଇଛି କି ଅଭିଷେକ ତାନିଆଙ୍କ ସହ ସଂପର୍କରେ ଥିଲେ । ଯଦିଓ ଯାଞ୍ଚରୁ ଏହା ଜଣାପଡିଛି କି ତାନିଆ ଓ ଅଭିଷେକ ଗତ କିଛି ଦିନ ଧରି ସଂପର୍କରେ ନ ଥିଲେ କିନ୍ତୁ ପୋଲିସ ପଚରାଉଚୁରା ଲାଗି ଅଭିଷେକଙ୍କୁ ଏଇଥିପାଇଁ ଡାକିଛି କି ସେ ତାନିଆଙ୍କ ବନ୍ଧୁ ଥିଲେ ।

ଏହି ମାମଲାରେ ପୋଲିସ କହିଛି କି ତାନିଆଙ୍କ କଲ୍ ଡିଟେଲରେ ବହୁ ରହସ୍ୟ ଲୁଚି ରହିଛି । ଏହାସହିତ ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ, ତାନିଆ ଶେଷ କଲ୍ ଅଭିଷେକଙ୍କୁ ହିଁ କରିଥିଲେ । ୨୮ ବର୍ଷୀୟା ମଡେଲ୍ ତାନିଆ ଗତକାଲି ଆତ୍ମହତ୍ୟା କରିଛନ୍ତି । ସେ ଗତ ୨ ବର୍ଷ ଧରି ଫ୍ୟାଶନ ଡିଜାଇନିଂ ଓ ମଡେଲିଂରେ ଅଧ୍ୟୟନ କରୁଥିଲେ ।

Get real time updates directly on you device, subscribe now.