fbpx

ପ୍ରତି ହସ୍ପିଟାଲରେ ଅଂଶୁଘାତ ପାଇଁ ରହିବ ସ୍ୱତନ୍ତ୍ର ବେଡ୍, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ

ଓଡ଼ିଶା ଭାସ୍କର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟରେ ତାପମାତ୍ରା ବଢ଼ୁଥିବାରୁ ବରିଷ୍ଠ ନାଗରିକ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଅଂଶୁଘାତ ହେବାର ଆଶଙ୍କା ରହିଥିବା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର । ତେଣୁ ସମସ୍ତ ମେଡ଼ିକାଲରେ ଔଷଧ ସହ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ତାପମାତ୍ରା ଯେତିକି ରହିବା କଥା, ହଠାତ୍ ତାଠାରୁ ୨ରୁ ୪ ଡିଗ୍ରୀ ଅଧିକ ବଢିଗଲା । ଦିନ ଓ ରାତିର ତାପମାତ୍ରା ବଢିବାରେ ଲାଗିଛି । ଆଜି ସକାଳ ୯ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରୀ ଛୁଇଁଛି । ଗତକାଲି ଭୁବନେଶ୍ୱରରେ ପାରଦ ୩୭ ଡିଗ୍ରୀ ରହିଥିଲା । ଆଜି ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଆଗକୁ ମଧ୍ୟ ଏପରି ତାତି ଲାଗି ରହିବ ବୋଲି ଜଣାପଡ଼ିଛି । ହେଲେ ଆସନ୍ତାକାଲି ପଶ୍ଚିମାଝଡ଼ ପ୍ରଭାବରେ ଉତର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.