ଭୁବନେଶ୍ୱର: ଆଦିବାସୀମାନଙ୍କ ଉପରେ ଥିବା ଛୋଟ ମକଦ୍ଦମା ମାମଲା ଉଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ନିଜେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୪୮୦୧୮ଟି ମାମଲା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, ଏଥିରେ ଜଙ୍ଗଲ ଏବଂ ଅବକାରୀ ସଂପର୍କୀତ ମାମଲା ପ୍ରତ୍ୟାହାର ହେବ । ଅବକାରୀ ବିଭାଗର ଅଧୀନରେ ୩୬୫୫୧ଟି ମାମଲା ହଟିଯିବ ବୋଲି ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ଗୃହ ବିଭାଗ ଅଧୀନରେ ୯୮୬୪ ମାମଲା ହଟିବ । ଏଥିସହ ଜଙ୍ଗଲ ଏବଂ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲା ହଟିବ ।