fbpx

ହୁକା ଉପରେ ଲାଗିଲା ବ୍ୟାନ୍, ସିଗାରେଟ୍ କିଣିବା ବୟସ ମଧ୍ୟ ସ୍ଥିର: ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ବୁଧବାର ଦିନ ସାରା ରାଜ୍ୟରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ବିଲ୍ ପାରିତ କରିଛନ୍ତି କର୍ଣ୍ଣାଟକ ସରକାର , ଯେଉଁଥିରେ ନିଷେଧାଦେଶ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏକରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ । ଏହା ସହ କଠୋର ଦଣ୍ଡ ମଧ୍ୟ ସାମିଲ ଅଛି । ।

ବିଜ୍ଞପ୍ତି ଅନୁଯାୟୀ, ନାଗରିକଙ୍କ ସ୍ୱାସ୍ଥ୍ୟ ରକ୍ଷା ତଥା ତମାଖୁ ସମ୍ବନ୍ଧୀୟ ରୋଗକୁ ରୋକିବା ପାଇଁ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଅଧିନିୟମ (ସିଓଟିପିଏ) ସଂଶୋଧନ କରିବା ପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଏଥିସହ ରାଜ୍ୟ ୨୧ ବର୍ଷରୁ କମ୍ ଲୋକଙ୍କୁ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ବିକ୍ରି ଉପରେ ମଧ୍ୟ ରୋକ୍ ଲଗାଇଛି ।

ହୁକା କ’ଣ? ଅନେକ ଲୋକ ସିଗାରେଟ୍ ବଦଳରେ ହୁକ୍କା ଧୂମପାନ କରିବାକୁ ପସନ୍ଦ କରନ୍ତି, କିନ୍ତୁ ବେଳେବେଳେ ବିଭିନ୍ନ ସ୍ୱାଦ ସହିତ ହୁକା ସିଗାରେଟ୍ ଟାଣିବା ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ । ଫ୍ଲେବର୍ସକୁ କୋଇଲା ଉପରେ ଗରମ କରାଯାଏ ଏବଂ ତାପରେ ଧୂଆଁକୁ ଏକ ଟ୍ୟୁବ୍ ଏବଂ ମାଉଥପିସରୁ ନିଶ୍ୱାସ ମାଧ୍ୟମରେ ଶୋଷାଯାଇଥାଏ ।

ହୁଙ୍କାରୁ ନିର୍ଗତ ଧୂଆଁରେ ସିଗାରେଟ୍ ଧୂଆଁ ପରି ବିଷାକ୍ତ ଉପାଦାନ ଥାଏ, ଯେଉଁଥିରେ ନିକୋଟିନ୍ ଏବଂ ଟାର୍ ଅନ୍ତର୍ଭୁକ୍ତ । ଏକ ଅନୁସନ୍ଧାନ ଅନୁଯାୟୀ, ହୁକା ଧୂଆଁରେ ଅତି କମରେ ୮୨ ଟି ବିଷାକ୍ତ ରାସାୟନିକ ପଦାର୍ଥ ଏବଂ କର୍କିନୋଜେନ ଚିହ୍ନଟ କରାଯାଇଛି । ପାଣି ଦେଇ ଯିବା ସତ୍ୱେ ତମାଖୁରେ ଥିବା ବିପଜ୍ଜନକ ରାସାୟନିକ ପଦାର୍ଥ ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଏ । ଏହା ବ୍ୟତୀତ କୋଇଲା ମଧ୍ୟ ଗ୍ୟାସ୍ ଉତ୍ପାଦନ କରେ ଯାହା ବିପଜ୍ଜନକ ପ୍ରମାଣିତ ହୋଇପାରେ ।

Get real time updates directly on you device, subscribe now.