fbpx

ସନ୍ଦେଶଖାଲିକୁ ଆସୁଛି ମହା ବିପଦ! ଅଧ ରାତିରେ ହଙ୍ଗାମା ପରେ ପହଞ୍ଚିଲା ପୋଲିସ ଫୋର୍ସ

କୋଲକାତା: ମଣିପୁର ବିବାଦ ଭଳିି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲା । ତେବେ ଗତକାଲି ବିଳମ୍ବିତ ରାତିରେ ଏଠାରେ ପୁଣି କିଛି ହଲଚଲ ଲକ୍ଷ୍ୟ କରାଯାଇଛି । ଫଳରେ ରାତାରାତି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଚାନକ ରାତିରାତି ଏତେ ପରିମାଣର ପୋଲିସ ଫୋର୍ସ ମୁତୟନ ହେବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଟିଏମସି ନେତା ଏଠାକାର କୃଷକ ତଥା ଗରିବ ଯୁବତୀଙ୍କୁ ଅପହରଣ କରି ଯୌନ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହୋଇଛି । ତେଣୁ ବର୍ତ୍ତମାନର ପରିସ୍ଥିତି ଅନୁସାରେ ନିକଟ ଭିବଷତରେ ସନ୍ଦେଶଖଲି ପାଇଁ ଏକ ବଡ଼ ବିପଦ ଘନୀଭୂତ ହେଉଥିବା ଆଶଙ୍କା କରାଯାଉଛି ।

ସନ୍ଦେଶଖାଲିରେ କିଛି ଦିନରୁ ଟିଏମସି ନେତାଙ୍କ ନିନିର୍ଯାତନା ବିରୋଧରେ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏବେ ବିଜେପି ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛି । ଟିଏମସି ନେତା ଶାହାଜାହାନଙ୍କ ସମେତ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଜେପି ଦାବି କରୁଛି। ଅଭିଯୋଗରେ କୁହାଯାଇଛି ଯେ ସନ୍ଦେଶଖାଲିରେ ଟିଏମସି ନେତାଙ୍କ ମହିଳାଙ୍କ ପ୍ରତି ହେଉଥିବା ଉତ୍ପୀଡ଼ନର କିଙ୍ଗପିନ୍ ହେଉଛନ୍ତି ଶାହାଜାହାନ୍ ଶେଖ ।

ସେପଟେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଏ ନେଇ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟର ପୋଲିସ ପ୍ରମୁଖଙ୍କୁ ନୋଟିସ ପଠାଇଛନ୍ତି । ଏଥିରେ ସନ୍ଦେଶଖାଲିର ଘଟଣାବଳୀକୁ ମାନବାଧିକାରର ଉଲ୍ଲଙ୍ଘନ ବୋଲି ଦର୍ଶାଯାଇଛି । ତେଣୁ ଏହି ‘ମାନବାଧିକାର ଉଲ୍ଲଙ୍ଘନ’ ସମ୍ବନ୍ଧୀୟ ଘଟଣାର ଯାଞ୍ଚ କରି ତଥ୍ୟ ପ୍ରଦାନ କରିବା ପାଇଁ ସ୍ୱତନ୍ତ ଟିମ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି NHRC ।  ଏହି ଟିମର ପରିଚାଳନା ଦାୟିତ୍ୱରେ NHRCର ଜଣେ ଅଧିକାରୀ ରହିବେ ଏବଂ ଏହାକୁ ଆୟୋଗର ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିବେ।

Get real time updates directly on you device, subscribe now.