fbpx

ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି; କ୍ୟାମ୍ପ ଉପରେ ଆକ୍ରମଣ କଲା ହରିୟାଣା ପୋଲିସ, ୬ଜଣ ନିଖୋଜ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି, ସେମାନଙ୍କ କ୍ୟାମ୍ପ (ଶିବିର) ଉପରେ ହରିୟାଣା ପୋଲିସ ଆକ୍ରମଣ କରିଛି । ପୋଲିସର ଆକ୍ରମଣ ପରେ ୬ ଜଣ ନିଖୋଜ ଅଛନ୍ତି । ଖାଲି ହରିୟାଣା ପୋଲିସ ନୁହେଁ ବରଂ ତାଙ୍କ ସହ ଅର୍ଦ୍ଧସାମରିକ ବାହିନୀ ସୀମା ଅତିକ୍ରମ କରି ପଞ୍ଜାବରେ ଥିବା ସେମାନଙ୍କ ଶିବିର ଉପରେ ଆକ୍ରମଣ କରିବା ପରେ ୬ ଜଣ ନିଖୋଜ ହୋଇଯାଇଛନ୍ତି । ଏ ନେଇ ଗୁରୁବାର ଚାଷୀମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅର୍ଦ୍ଧସାମରିକ ବାହିନୀ ଏବଂ ହରିୟାଣା ପୁଲିସ ସୀମା ଅତିକ୍ରମ କରି ପଞ୍ଜାବରେ ପ୍ରବେଶ କରି କୃଷକ ଶିବିର ଉପରେ ଆକ୍ରମଣ କରିଥିବାରୁ ଆମେ ନିନ୍ଦା କରୁଛୁ । ଏହା କେମିତି ଘଟିଲା ତାହାର ଜବାବ ପଞ୍ଜାବ ପୁଲିସ ଦେବା ଦରକାର ।

“ଆମ ଟ୍ରାକ୍ଟର ଉପରେ ଆକ୍ରମଣ ହୋଇଥିଲା । ଆମର ୬ ଜଣ ଲୋକ ସେଠାରୁ ନିଖୋଜ ଅଛନ୍ତି । ଯେଉଁମାନଙ୍କୁ ଗତକାଲି ଉଠାଇ ନିଆଯାଇଥିଲା । ମାନବିକତା ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ମଧ୍ୟ ପାରାମେଡିକାଲ କର୍ମଚାରୀଙ୍କୁ କେହି ଆକ୍ରମଣ କରନ୍ତି ନାହିଁ । କିନ୍ତୁ ଗତକାଲି ଖାନୌରୀରେ ଥିବା ମେଡିକାଲ କ୍ୟାମ୍ପରେ ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ସେମାନଙ୍କୁ ମାଡ଼ ମାରି ଲୁଟ୍‌ପାତ କରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ସରକାର ବର୍ବରତାର ସୀମା ଅତିକ୍ରମ କରିଛନ୍ତି । ”

 

Get real time updates directly on you device, subscribe now.