fbpx

ଫିକ୍ସଡ ଡିପୋଜିଟରେ ମିଳୁଛି ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ: କେଉଁ ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ଦେଉଛି ଅଧିକ ଫାଇଦା

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ସେଥିପାଇଁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ଆଜିର ସମୟରେ ବ୍ୟାଙ୍କ ସ୍ଥାୟୀ ଜମା ବା ଫିକ୍ସଡ ଡିପୋଜିଟ (ଏଫଡି) ନିବେଶର ଏକ ବଢ଼ିଆ ବିକଳ୍ପ । ଗ୍ରାହକମାନେ ଏଫଡିରେ ନିବେଶ କରି ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ଅନେକ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ୮ର ୮.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦିଆଯାଉଛି ।

୧- ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡିରେ  ସାଧାରଣ ନାଗରିକଙ୍କୁ ୩.୭୫ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ୧୮ ମାସରେ ମ୍ୟାଚ୍ୟୁର ହେବାକୁ ଥିବା ଏଫଡିରେ ୮ ପ୍ରତିଶତ ସୁଧ ମିଳୁଛି । ଜାନୁଆରୀ ମାସ ୨୪ ତାରିଖରୁ ଏହି ନିୟମ ଲାଗୁ ହୋଇଛି ।

୨- ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷର ଅବଧି ପର୍ଯ୍ୟନ୍ତ ଏଫଡିରେ ୩.୫ରୁ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଏଥିସହିତ ୪୪୪ ଦିନରେ ମାଚ୍ୟୁର ହେବାବକୁ ଥିବା ଏଫଡିରେ ୮.୫ ପ୍ରତିଶତ ସୁଧ ମିଳୁଛି । ଗତ ବର୍ଷ ଅଗଷ୍ଟ ୨୩ରୁ ଏହା ଲାଗୁ ହୋଇଛି ।

୩- ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷର ଏଫଡି ଉପରେ ୪ରୁ ୮.୨୫ ପ୍ରତିଶତ ସୁଧ ଦେଉଛି । ୨-୩ ବର୍ଷରୁ କମ୍ ଅବଧି ମଧ୍ୟରେ ମାଚ୍ୟୁର ହେବାକୁ ଥିବା ଏଫଡିରେ ୮.୨୫ ପ୍ରତିଶତ ସୁଧ ମିଳୁଛି । ଗତ ଜାନୁଆରୀ ପହିଲାରୁ ଏହା ଲାଗୁ ହୋଇଛି ।

୪- ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ପକ୍ଷରୁ ସାଧାରଣ ନାଗରିକଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୩ରୁ ୮.୬୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଏଥିସହିତ ୭୫୦ ଦିନରେ ମାଚ୍ୟୁର ହେବାକୁ ଥିବା ଏଫଡି ଉପରେ ୮.୬୧ ପ୍ରତିଶତ ସୁଧ ମିଳୁଛି । ଗତ ବର୍ଷ ଅକ୍ଟୋବର ୨୮ରୁ ଏହା ଲାଗୁ ହୋଇଛି ।

୫- ଜନ୍ମ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷର ଜମା ଉପରେ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ଗତ ଜାନୁଆରୀ ୨ରୁ ଏହା ଲାଗୁ ହୋଇଛି ।

୬- ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୭ ଦିନରୁ ୧୦ ବର୍ଷର ଜମା ଉପରେ ୪ରୁ ୮.୬୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି ।

Get real time updates directly on you device, subscribe now.