fbpx

(Video) ଗାଡ଼ିରୁ କୁକୁଡ଼ା ନେଇ ଲୋକମାନେ ଦଉଡ଼ିଲେ: ପୂରା କୁକୁଡ଼ା ଜାଲିକୁ ଖାଲି କରିଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ହାସ୍ୟାତ୍ମକ ତଥା ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । ଅନ୍ୟ ଜଣେ ବିପଦରେ ପଡ଼ିଥିବା ବେଳେ କିଛି ଲୋକ ନିଜର ସ୍ୱାର୍ଥକୁ ଆଗେ ଦେଖିଥାନ୍ତି । ଏପରି ଘଟଣା ପାଇଁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜୟପୁରାକାଟେଣୀ ଗ୍ରାମରେ ।

ଏହି ଘଟଣାର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଲୋକମାନ ଗାଡ଼ିରେ ଚଢ଼ି ୪-୫ଟି ଲେଖାଏଁ କୁକୁଡ଼ର ଧରି ମନଇଚ୍ଛା ଦୌଡ଼ିଥିଲେ । ସବୁଠାରୁ ବଡ଼ କଥା ହେଉଛି ଗାଡ଼ିର ଡ୍ରାଇଭର କାହାକୁ କିଛି କହୁନଥିଲେ । ଏହି ମଜାଦାର ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଜଣ ଜଣ କରି କୁକୁଡ଼ା ନେଇ ପୂରା ଜାଲିକୁ ଖାଲି କରିଦେଇଥିଲେ । ମାଗଣା କୁକୁଡ଼ା ନେବାର ସୁଯୋଗକୁ କେହି ହାତଛଡ଼ା କରିନଥିଲେ । ମାଗଣାରେ ମାଂସ ଖାଇବାର ଲୋଭକୁ କେହି ସମ୍ବରଣ କରିପାରିନଥିଲେ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଗାଡ଼ି ଉପରେ ଚଢ଼ି ଜାଲିରେ ହାତ ପୂରାଇ କୁକୁଡ଼ାକୁ ଧରି ନେଇଯାଇଥିଲେ ।

Get real time updates directly on you device, subscribe now.