fbpx

ଗଛରେ ପିଟି ହେଲା ବୋଲେରୋ, ୩ ମୃତ, ୪ ଗୁରୁତର

ଓଡ଼ିଶା ଭାସ୍କର: କେନ୍ଦ୍ରାପଡ଼ାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ନିକଟରେ ଏକ ଗଛରେ ବୋଲେରୋ ପିଟି ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସମସ୍ତ ମୃତାହତ ମଞ୍ଚ କଳାକାର ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ତେବେ ବୋଲେରୋଟି ନାରାୟଣପୁରରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସୂଚନାରୁ ପ୍ରକାଶ ଆଜି ସକାଳେ ନାରାୟଣପୁରରୁ ଡ୍ରାମା ରିହର୍ସଲ ସାରିବା ପରେ ମଞ୍ଚ କଳାକାରମାନେ ଏକ ବୋଲେରୋରେ ଫେରୁଥିଲେ । ସକାଳ ପ୍ରାୟ ୬ଟା ୫୦ ମିନିଟ ସମୟରେ କେନ୍ଦ୍ରାପଡ଼ା ଥାନା ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ଏହି ବୋଲେରୋଟି ଗଛରେ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ୩ ମହିଳା କଳାକାରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣାରେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବାର ଜଣାପଡ଼ିଛି । ତେବେ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.