fbpx

Big Breaking: ଗୁଳି କରି ଲୁଟିନେଲେ ୩ ଲକ୍ଷ ଟଙ୍କାର ଗହଣା

ଢେଙ୍କାନାଳ : ଗୁଳିମାଡ଼ କରି ଗହଣା ବ୍ୟବସାୟୀଙ୍କ ଠାରୁ ଗହଣା ଲୁଟିବା ଖବର ସାମ୍ନାକୁ ଆସିଛି । ସାଢେ ୩ ଲକ୍ଷର ଗହଣା ସହ ନଗଦ ୧ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ଏଥିରେ ବ୍ୟବସାୟୀ ଜଣକ ଗୁରୁତର ଥିବା କଥା ଜଣାପଡିଛି ।

ସୂଚନା ଅନୁଯାୟୀ, ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଗୁଳିମାଡ଼ କରିଥିଲେ । ତେବେ ଏହି ବ୍ୟବସାୟୀ ବାଇକରେ କଟକରୁ ଅନୁଗୁଳ ଖଲାରି ଯାଉଥିଲେ । ଏହି ସମୟରେ ୨ ଦୁର୍ବୃତ୍ତ ପିଛା କରି ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଥିଲେ । ଏହାପରେ ସେହି ଦୁର୍ବୃତ୍ତ ବାଇକ ଅଟକାଇ ବ୍ୟବସାୟୀଙ୍କ ଠାରୁ ଗହଣା ନେଇ ଫେରାର ହୋଇଯାଇଥିଲେ । ତେବେ ଗୁରୁତର ବ୍ୟବସାୟୀଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.