fbpx

କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ: ସୟଦ ନସିର ହୁସେନଙ୍କ ବିଜୟ ପରେ, ‘ପାକିସ୍ତାନ ଜିନ୍ଦାବାଦ’ ନାରା ଲଗାଇଲେ ସମର୍ଥକ (Watch Video)

ବେଙ୍ଗାଲୁର: କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନରେ ଶାସକ କଂଗ୍ରେସ ପ୍ରାର୍ଥୀ ସୟଦ ନସିର ହୁସେନଙ୍କ ବିଜୟ ପରେ ତାଙ୍କ ସମର୍ଥକମାନେ ବିଧାନ ସୌଧରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଲଗାଇଛନ୍ତି। ଯାହାକୁ ନେଇ ଏବେ ଏକ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।

ସୂଚନା ଥାଉକି, ମଙ୍ଗଳବାର ବା ଆଜି ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକର ୧୫ଟି ଆସନ ପାଇଁ ଭୋଟ ଅନୁଷ୍ଠିତ ହୋଇଥିଲା। ଏବଂ ଭୋଟ ପରେ ଆଜି ବିଳମ୍ବିତ ସନ୍ଧ୍ୟାରେ କର୍ଣ୍ଣାଟକର ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପାଇଥିଲା। କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ମଧ୍ୟରୁ କଂଗ୍ରେସ ୩ଟି ଆସନରେ ବିଜୟ ହାସଲ କରିଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି।

ଏଠାରେ ଦଳୀୟ ହ୍ୱିପ୍ ଉଲ୍ଲଂଘନ କରି ଜଣେ ବିଜେପି ବିଧାୟକ କଂଗ୍ରେସ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଜଣେ ବିରତ ରହିଥିଲେ। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ସୟଦ ନସିର ହୁସେନ ଏବଂ ଜିସି ଚନ୍ଦ୍ରଶେଖର ବିଜେପି ପ୍ରାର୍ଥୀ ନାରାୟଣ କ୍ରିଷ୍ଣାସା ଭଣ୍ଡଗେଙ୍କ ଠାରୁ ସହଜରେ ବିଜୟୀ ହୋଇଛନ୍ତି। ତେବେ ଅଜୟ ମାକନ ୪୭ ଓ ଜିସି ଚନ୍ଦ୍ରଶେଖର ୪୫ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପି ନିଜ ପ୍ରାର୍ଥୀଙ୍କ ପାଇଁ ୪୮ଟି ଭୋଟ୍ ଆବଣ୍ଟନ କରିଥିଲା। ଏବଂ ଜନତା ଦଳ (ସେକ୍ୟୁଲାର)କୁ ମାତ୍ର ୧୮ଟି ଭୋଟ୍ ଦିଆଯାଇଥିଲା। ଏନେଇ ଆଜି ବିଳମ୍ବିତ ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇଥିଲା।

 

Get real time updates directly on you device, subscribe now.