fbpx

ତୃଣମୂଳ କଂଗ୍ରେସ ପାର୍ଟୀରୁ ସସପେଣ୍ଡ ହେଲେ ଶାହଜାହାନ୍ ଶେଖ, ମାମଲାକୁ ନେଇ ହାଇକୋର୍ଟରେ ପହଞ୍ଚିଲା ED

କଲିକତା: ସନ୍ଦେଶଖାଲି କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହଜାହାନ୍ ଶେଖ ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ଏକ ବଡ ଆକ୍ସନ ନେଇଛନ୍ତି । ମମତା ସରକାର ଶାହାଜାହାନ ଶେଖ ମାମଲାର ଯାଞ୍ଚ ପାଇଁ ସିଆଇଡିଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଶେଖଙ୍କ ଗିରଫଦାରୀକୁ ନେଇ ଇଡି କଲିକତା ହାଇକୋର୍ଟରେ ପହଞ୍ଚିଛି। ଇଡି କହିଛି ଯେ ହେପାଜତ ସମୟରେ ରାସନ ଦୁର୍ନୀତିର ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡ଼ିକ ବଦଳାଯାଇ ନଷ୍ଟ କରାଯାଇପାରେ।ମିଳିଥିବା ସୂଚନା ଅନୁଯାୟୀ, ତୃଣମୂଳ କଂଗ୍ରେସ (ଟିଏମସି) ଶେଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି।

ଜଣେ ଅଧିକାରୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ସିଆଇଡି ତୃଣମୂଳ କଂଗ୍ରେସର ନେତା ଶାହାଜାହାନ୍ ଶେଖଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଚାର୍ଜ ନେଇଛନ୍ତି । ଆଜି ହିଁ ଶାହାଜାହାନଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାର ବଶିରହାଟ କୋର୍ଟ ସନ୍ଦେଶଖାଲି ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କୁ ଗୁରୁବାର ଦିନ ୧୦ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି ।

ରାଜ୍ୟ ପୋଲିସ ଶେଖଙ୍କୁ ୧୪ ଦିନର ହେପାଜତରେ ପଠାଯିବାକୁ ଅନୁରୋଧ କରିଥିଲେ ହେଲେ କୋର୍ଟ ୧୦ ଦିନ ପାଇଁ ପୋଲିସ ହେପାଜତ ପାଇଁ ମଞ୍ଜୁରୀ ଦେଇଛନ୍ତି । ତୃଣମୂଳ କଂଗ୍ରେସର ନେତା ଶାହାଜାହାନ ଶେଖଙ୍କ ବିରୋଧରେ ପଶ୍ଚିମ ବଙ୍ଗଳାର ସନ୍ଦେଶଖାଲିରେ ମହିଳାଙ୍କ ସହ ଦୁଷ୍କର୍ମ ଏବଂ ଜମି ଦଖଲ କରିବାର ଅଭିଯୋଗ ରହିଛି । ସେ ଇଡି ଉପରେ ଆକ୍ରମଣ କରିବା ପରେ ୫୫ ଦିନ ପାଇଁ ଫେରାର ଥିଲେ ।

Get real time updates directly on you device, subscribe now.