କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାୟନ ମୁଲରୋନୀଙ୍କ ପରଲୋକ

ନୂଆଦିଲ୍ଲୀ: କାନାଡ଼ାର ପୂର୍ବନ ପ୍ରଧାନମନ୍ତ୍ରୀ ବ୍ରାୟନ ମୁଲରୋନୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ବ୍ରାୟନ ଜଣେ ଶ୍ରମିକ ପରିବାରରରେ ଜନ୍ମ ଗ୍ରହଣ କରିଥିବା ବେଳେ ସେ ରାଜନୀତି ବିଜ୍ଞାନ ବିଷୟରେ ଅଧ୍ୟୟନ କରିବା ପରେ କାନାଡ଼ାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ ଡାଇଫେନବେକରଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ ।

ସେ ବର୍ଷ ବର୍ଷ ଧରି ରାଜନୀତିର ପରଦା ପଛରେ ରହି କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସଂଘୀୟ ପ୍ରଗତିଶୀଳ କଞ୍ଜରଭେଟିଭ ନେତା ହେବା ପାଇଁ ସେ ୧୯୭୬ରେ ଆଇନରେ ଡିଗ୍ରୀ ହାସଲ କରିଥିଲେ ଓ ତା’ପରେ କଞ୍ଜିରଭେଟିଭରୁ ପ୍ରାର୍ଥୀ ହୋଇଥିଲେ । ମାତ୍ର ସେ ସେଥିରେ ସେ ପରାଜୟ ବରଣ କରିଥିଲେ ଓ ନିରାଶ ହୋଇନଥିଲେ । ଏହାପରେ ସେ ବରିଷ୍ଠ କାର୍ଯ୍ୟକାରୀ ଭାବେ କର୍ପୋରେଟ କାନାଡ଼ାରେ ସାମିଲ ହୋଇଥିଲେ । ୧୯୮୩ରେ ସେ କଞ୍ଜରଭେଟିଭ ପାର୍ଟିର ନେତୃତ୍ୱ ଜିତିଥିଲେ ଓ କ୍ଷମତାକୁ ନିଜ ନାମରେ କରିଥିଲେ । ୧୯୮୪ରେ ସେ ସଂଘୀୟ ଅଭିଯାନକୁ ଚଳାଇବା ପାଇଁ ଆଗକୁ ଆସିଥିଲେ ଓ କାନାଡ଼ା ଇତିହାସରେ ସର୍ବାଧିକ ଭୋଟ ବ୍ୟବଧାନରେ ବହୁମତ ହାସଲ କରିଥିଲେ । ଏହାପରେ ସେ ଦେଶର ୧୮ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.