ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅଙ୍କର ବିବାହ ହେବାକୁ ଯାଉଛି । ଏହାକୁ ନେଇ ରାଜସ୍ଥାନରେ ବିଶେଷ ପ୍ରସ୍ତୁତି ହେଉଛି । ତେବେ ମିଡିଆରେ ଏହା ଉପରେ ଚାଲିଥିବା ଆଲୋଚନା ଉପରେ ଭଦ୍ରା ପରିବାର ପକ୍ଷରୁ ବଡ ବୟାନ ଆସିଛି । ଏହି ବୟାନରେ କୁହାଯାଇଛି କି ପ୍ରିୟଙ୍କାଙ୍କ ପୁଅଙ୍କର ବିବାହକୁ ନେଇ ଉଠୁଥିବା ଖବରର କୌଣସି ସତ୍ୟତା ନାହିଁ । ନିଜେ ପ୍ରିୟଙ୍କାଙ୍କ ପୁଅ ରେହାନ ଭଦ୍ରା ଏହାକୁ ନେଇ ଟୁଇଟର(ଏକ୍ସ)ରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେଉଛି କି ପ୍ରିୟଙ୍କାଙ୍କ ପୁଅ ରେହାନଙ୍କ ଏନଗେଜମେଣ୍ଟକୁ ନେଇ ଭଦ୍ରା ପରିବାର ରାଜସ୍ଥାନର ଜବାଇ ହୋଟେଲରେ ସବୁପ୍ରକାର ଆୟୋଜନ କରୁଛନ୍ତି ।
ତେବେ ଏହି ଖବର ଉପରେ ରେହାନ କହିଛନ୍ତି, ଏହା ପଛରେ ସତ୍ୟତା ନାହିଁ । ଏହା ସହିତ ସେ ଏକ ଲାଫିଂ ଇମୋଜି ସହ ଏହା ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏକ ନ୍ୟୁଜ୍ ଚ୍ୟାନେଲ ଦାବୀ କରିଥିଲା କି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପରିବାର ସୁମେରପୁର ଜବାଇ ହୋଟେଲରେ ଅଟକିବେ । ଏଠାରେ ରେହାନଙ୍କ ଏନଗେଜମେଣ୍ଟ ରହିଛି । ଏଠାରେ ଭଦ୍ରା ପରିବାର ୩ ଦିନ ରହିବେ ବୋଲି କୁହାଯାଇଥିଲା । ଏହା ସହିତ ଏହି ଏନଗେଜମେଣ୍ଟକୁ ନେଇ ହୋଟେଲ ପ୍ରଶାସନ ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ବି ଲେଖାଯାଇଥିଲା । ଏହାସହିତ ଦିଲ୍ଲୀ ଓ ଜୟପୁରରୁ ପ୍ରିୟଙ୍କା ଭଦ୍ରାଙ୍କ ପରିବାରର ସ୍ୱତନ୍ତ୍ର ଅତିଥି ଏଠାରେ ପହଞ୍ଚୁଛନ୍ତି ବୋଲି ମଧ୍ୟ କୁହାଯାଇଥିଲା ।
ଏଠାରେ ସୂଚାଇ ଦିଆଯାଇପାରେ ଗୋଟିଏ ଝିଅ(ମିରାୟା) ଅଛନ୍ତି । ରେହାନ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ହୋଇଥିବା ବେଳେ ମିରାୟା ଡେରାଡୁନ୍ ବେହଲମ୍ ସ୍କୁଲରେ ଅଧ୍ୟୟନ କରିଛନ୍ତି ।