କେନ୍ଦ୍ରାପଡ଼ା: ମୃତ୍ୟୁ ପରେ ବି ଅନ୍ୟ ଦୁଇ ଜଣଙ୍କ ଦେହରେ ଜୀବିତ ଅଛନ୍ତି ଓମ୍ ଶିବୁ । ଶିବୁ ସିନା ଏ ଦୁନିଆରେ ନାହାଁନ୍ତି ହେଲେ ତାଙ୍କର ଲକ୍ଷଣ ସେମାନଙ୍କ ପାଖରେ ଛାଡି ଦେଇ ଯାଇଛନ୍ତି । ମୃତ୍ୟୁ ହୋଇଯାଇଥିଲେ ବି ତାଙ୍କର ଶେଷ ସ୍ମୃତି ରହି ଯାଇଛି, ଆଉ ସବୁ ଦିନ ପାଇଁ ଅମର ହୋଇ ଯାଇଛନ୍ତି ଶିବୁ । ଆଉ ସେ ଅମର ଆତ୍ମାକୁ ସଦଗତି ନିମନ୍ତେ ଦିଆଯାଉଛି ରାଷ୍ଟ୍ରିୟ ସମ୍ମାନ୍ନ । ରାଷ୍ଟ୍ରିୟ ମର୍ଯ୍ୟଦା ସହ କରାଯାଇଛି ଶିବୁଙ୍କର ଶେଷ କୃତ୍ୟ । ମାତ୍ର ୧୮ ବର୍ଷ ର ଓମ୍ ଶିବୁକୁ ଏତେ କମ୍ ବୟସରୁ ତାଙ୍କୁ ରାଷ୍ଟ୍ରିୟ ସମ୍ନାନରେ ସ୍ନାନିତ କରାଯାଇଛି । । କାରଣ ମଲା ପରେ ବି ଏହି ୧୮ ବର୍ଷର ପୁଅ ଏମିତି କରି ଯାଇଛି ଯାହାକି କାଳ କାକଳୁ ମନେ ରହିବ । ନିଜେ ମରି ୨-୨ ଜରଙ୍କ ଜୀବନ ବଂଚାଇ ଦେଇଛି । ଏହା ଠାରୁ ବଡ଼ କାମ ଆଉ କଣ ହୋିପାରେ । ତାଙ୍କର ସେହି ମହତ୍ କାମକୁ ସମ୍ମାନ ଜଣାଇ ରାଷ୍ଟିୟ ମର୍ଯ୍ୟଦା ସହିିତ ସେ ଗାଁ ମଶାଣିରେ ମାଟି ମା କୋଳରେ ଶୋଇଯାଇଚନ୍ତି ସୁନା ପୁଅ ଶିବୁ ।
ଆଉ ଶେଷ ବିଦାୟ ଦେବା ପାଇଁ ଆକପାଖ ୧୦ ଖର୍ଡ ମଉଜାରେ ଦୌଡି ଆସିଛନ୍ତି ଷଳାକେ ସ୍ୱତଃପୃତ ଭାବେର ଶବଦ୍ରା କାର୍ଯ୍ୟରେ ଯୋଗ ଦେଇ ଶିବୁକୁ ଅନ୍ତମି ବିଦାୟ ଦେଇଛନ୍ତ ସମସ୍ତେ । ସେପଟେ ଶେଷ ଥର ପାଇଁ ନିଜର ଏକୋଇବଳା ବିଶିକଶେନକୁ ବିଦାୟ ଦେଉଛନ୍ତି ବାପା । ପୁଅର ମୁଣ୍ଡ ପାଖରେ ବସି କହୁଛନ୍ତି ବାବାୁରେ ତୁ ଏ ଜନ୍ମରେ ସିନା ଆମକୁ ଚାଡି ମଝି ରାସ୍ତାରେ ଚାଲିଗଲୁ , ହେଲେ ଆର ଜନମର ବି ତୁ ମୋର କୋଳରେ ମୋ ପୁଅ ହୋଇ ଜନ୍ମ ହେବୁ , ତୋ ଭଳି ସୁନାମୁଣ୍ଡା ପୁଅ ସବୁ ଜନ୍ମରେ ମୋ ପୁଅ ରୂପରେ କୋଳରେ ଜନ୍ମ ହେଉ , ତତେ ପାଇ ମୋର ଏ ଜୀବନ ଧନ୍ୟ ହୋଇ ଯାଇଛି ରେ ବାବା । କେନ୍ଦ୍ରାପଡ଼ା ଜିଲ୍ଳା ପଟ୍ଟାମୁଣ୍ଡାଇ ବ୍ଲକ ବଡମହନପୁର ପଞ୍ଚାୟତ ନୟାକଟ ଗାଁର ଶିବୁ ମାତ୍ର ମାତ୍ର +୨ରେ ପୌୁଥିବା ବେଳେ ବ୍ରେନ ଓୁ୍ୟମର ଶିକାର ହେଶିôତବା ବେଳେ ତାଙ୍କୁ କଟକର ଏସିବବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ଦୀର୍ଘ ଦେଢ ମାସ ଧରି ବ୍ରେନ ଟୁମ୍ୟର ସହ ସଂଘର୍ଷ କରି ଡାକ୍ତରଙ୍କ କଠିନ ପରିଶ୍ରମ ବି ଫେଲ ମାରିଲା । ହାରିଗଲେ ଶିବୁ ଶେଷରେ ଗତ ଗରୁବାର ଦିନ ଆଖି ବୁଜିଦେଲେ । ଆଉ ଡାକ୍ତର ତାଙ୍କୁ ମୃତ ଘୋଷଣା ମଧ୍ୟ କରି ସାରିଥିଲେ , ଏତିକି ବେଳେ ବାପା ମାଆ ନେଇଥିଲେ ପୁଅର ଅଙ୍ଗଦାନ କରିବାର ନିଷ୍ପତି । ଯାହାଫଳରେ ଶିବୁ ମୃତ୍ୟୁ ମଧ୍ୟ ସେ ବଂଚିଯାଇଚନ୍ତି । ଶରୀର ସିନା ବଦଳିଯାଇଛି ହେଲେ ତାଭ୍କର ଅନ୍ୟଦେହରେ ଏବେବି ଜୀବିତ ରହିଛି । ଅଗତକାଲି ଶିବୁଙ୍କର ମରଶରୀର ତାଙ୍କର ପୈତୃକ ଗାଁରେ ପହଞ୍ଚିଥିଲା । ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିବା ବେଳେ ସମସ୍ତଙ୍କ ଆଖିରେ ଲୁହ ବାହାରୁଥିବା ଦେଖିବାକୁ ମିଳିଛି । ଶିବୁଙ୍କ ଏହି ମହତ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।
ଏହି ଗାର୍ଡ ଅଫ୍ ଅନର ସମୟରେ ରାଜନଗର ବିଧାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପଟ୍ଟାମୁଣ୍ଡାଇ SDPO, ପଟ୍ଟାମୁଣ୍ଡାଇ BDO, ପଟ୍ଟାମୁଣ୍ଡାଇ ତହସିଲଦାର, ଗ୍ରାମାଞ୍ଚଳ ଆଇଆଇସିଙ୍କ ସମେତ ସରପଞ୍ଚ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଜଳି ଜଣାଇଥିବା ବେଳେ । ଯେଉଁ ବାପାଙ୍କ ମୁହଁରେ ଦିନେ ଏହି ପୁଅ ଏହି ମଶରଇରେ ନିଆଁ ଦେଇଥାନ୍ତା ଭାଗ୍ୟର ବିଡମ୍ବନା ଦେଖ ସେହି ଗାଁ ସେହି ମଶରଇରେ ବଢିଲା ପୁଅ ମୁହଁରେ ନିଆଁ ଦେଇଛନ୍ତି ବାପା । ଏକମାତ୍ର ପୁଅର ମୃତ୍ୟୁକୁ ସହଯରେ ହଜମ କରି ପାରୁନାହାନ୍ତି ସୋୟମ୍ ଙ୍କ ମା, ବାପା ଓ ବଡ଼ ଭଉଣୀ ।