ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୩୫ଡିଗ୍ରୀ ସେଲସିୟସରୁ ଅଧିକ ଥିଲା । ମାଲକାନଗିରିର ସର୍ବୋଚ୍ଚ ତାପମାତ୍ରା ୩୭ଡିଗ୍ରୀ ଏବଂ ଭୁବନେଶ୍ୱରର ତାପମାତ୍ରା ୩୬ଦଶମିକ ୮ଡିଗ୍ରୀ ସେଲସିୟସ ରହିଥିଲା । ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର ଅଧିକ ସ୍ଥାନରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆଜି ସାମାନ୍ୟ ବର୍ଷାର ସମ୍ଭାବନା ଅଛି ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ କର୍ତ୍ତୃପକ୍ଷ ପିଇବା ପାଣି, ଆବଶ୍ୟକସ୍ଥଳେ ଓଆର୍ଏସ୍ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।