fbpx

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ବଡ଼ ଘୋଷଣା: ଖେଲୋ ଇଣ୍ଡିଆ ଆଥଲେଟସ୍ ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ଆଥଲେଟମାନଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେଇଛନ୍ତି । ଖେଲୋ ଇଣ୍ଡିଆ ଆଥଲେଟସ୍ ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଏ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଶ୍ରୀ ଠାକୁର ଏ ବାବଦରେ ସୂଚନା ଦେଇଛନ୍ତି ।

ଶ୍ରୀ ଠାକୁର ଏକ୍ସ’ରେ ଲେଖିଛନ୍ତି, ‘ଏକ ମଜବୁତ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବା, ତୃଣମୂଳ ସ୍ତରରୁ ପ୍ରତିଭାମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଏକ ଆକର୍ଷକ କ୍ୟାରିୟରର ବିକଳ୍ପ ପ୍ରଦାନ କରିବା ନେଇ କେନ୍ଦ୍ର ସରକାରଙ୍କର ବଡ଼ ଲକ୍ଷ୍ୟ ରହିଛି । ଖେଲୋ ଇଣ୍ଡିଆ ଆଥଲେଟମାନେ ଏଣିକି ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ । ‘ଖେଲୋ ଇଣ୍ଡିଆ ଗେମ୍ସ- ୟୁଥ, ୟୁନାଭ’ ଜରିଆରେ ପଦକ ଜିତିଥିବା ଆଥଲେଟମାନେ ଏବେ ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ । ଏହି ସଂଶୋଧିତ ନିୟମ ଭାରତକୁ କ୍ରୀଡ଼ା ମହାଶକ୍ତି ଭାବେ ଗଢ଼ିତୋଳିବା ଦିଗରେ ସମ୍ପୂର୍ଣ୍ଣ ଭାବେ ସହାୟକ ହୋଇ ପାରିବ । ଏହି ଘୋଷଣା କରି ମୋତେ ବହୁତ ଖୁସି ଅନୁଭବ ହେଉଛି ।’

Get real time updates directly on you device, subscribe now.