ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା, ୬ ବର୍ଷ ପରେ କଂଗ୍ରେସକୁ ଫେରିଲେ

ଭୁୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା । ପୁଣି କଂଗ୍ରେସରେ ସାମିଲ ହେଲେ ଶ୍ରୀକାନ୍ତ ଜେନା । ୬ ବର୍ଷ ପରେ କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା । ୨୦୧୯ରେ ଦଳରୁ ବହିଷ୍କୃତ ହୋଇଥିଲେ ଶ୍ରୀକାନ୍ତ । ଏବେ ପୁଣି ସେ ନିଜ ଦଳକୁ ଫେରିଛନ୍ତି ।

୪ଥର ସାଂସଦ ଓ ୩ ଥର ବିଧାୟକ ଥିବା ଜେନା ଦିଲ୍ଲୀରେ କଂଗ୍ରେସରେ ଯୋଗ ଦେଇଛନ୍ତି । ୨୦୧୯ରେ ଲଗାତର ତାଙ୍କର କଂଗ୍ରେସ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହ୍ୱାନ କରିବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏହା ସହିତ ସେ ଦଳର ସମସ୍ତ ପଦ ପଦବୀରୁ ମଧ୍ୟ ଇସ୍ତଫା ଦେଇଥିଲେ । ପଞ୍ଚଦଶ ଲୋକସଭାରେ ସେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରିଥିଲେ । ଉପା ସରକାରେ ସେ କେନ୍ଦ୍ର ମନ୍ତ୍ରୀ ଥିଲେ । ତେବେ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡାକୁ ନେଇ କଂଗ୍ରେସ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।