୧୮ ରୁ ୫୯ ବର୍ଷୀୟ ମହିଳାମାନଙ୍କୁ ପ୍ରତି ମାସରେ ମିଳିବ ୧,୫୦୦ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପୂର୍ବରୁ ଜନ ସମ୍ପର୍କ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଘରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଜନ ସମ୍ପର୍କ ମନ୍ତ୍ରୀ ମଧ୍ୟ ସରକାରୀ ବାସଭବନ ଓକ ଓଭରରୁ କ୍ୟାବିନେଟ ବୈଠକ ପାଇଁ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା।

ବିଧାନସଭା ନିର୍ବାଚନ- ୨୦୨୨ ସମୟରେ କଂଗ୍ରେସ ଦଳ ମହିଳାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ୧୮ ବର୍ଷରୁ ୫୯ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ପ୍ରତି ମାସରେ ଇନ୍ଦିରା ଗାନ୍ଧୀ ପ୍ୟାରୀ ବେହନା ସୁଖ ସମ୍ମାନ ନିଧି ଭାବରେ ୧,୫୦୦ ଟଙ୍କା ପ୍ରଦାନ କରାଯିବାକୁ ଅନୁମୋଦନ ମିଳିଛି। ଏହି ନିଷ୍ପତ୍ତି ସହିତ, ୧୮ ବର୍ଷରୁ ଅଧିକ ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ମାସିକ ୧,୫୦୦ ଟଙ୍କା ପେନ୍ସନ୍ ଅଧୀନରେ ଆଣାଯାଇଛି। ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

ଶିକ୍ଷା ମନ୍ତ୍ରୀ ରୋହିତ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ସବ କମିଟିର ସୁପାରିଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସୀମିତ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ୨ ହଜାର ୪୦୧ ଏସଏମସି ଶିକ୍ଷକଙ୍କୁ ଚୁକ୍ତିନାମା ଆଧାରରେ ଅଣାଯିବ ଏବଂ ସରକାରୀ ନୀତି ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କୁ ନିୟମିତ କରାଯିବ ଏବଂ ସରକାରୀ ସେବାରେ ଅନ୍ତର୍ଭୁକ୍ତ କରାଯିବ। କମ୍ପ୍ୟୁଟର ସାଇନ୍ସରେ ଅଧ୍ୟାପକଙ୍କ ୯୮୫ ପଦବୀ ପୂରଣ କରିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

Get real time updates directly on you device, subscribe now.