fbpx

ଅରୁଣାଚଳ ପ୍ରଦେଶ: ହାର୍ଟ ଆଟାକରେ ବିଜେପି ବିଧାୟକ ଫୋସୁମ ଖିମହୁନଙ୍କ ପରଲୋକ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକିୟା ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଅରୁଣାଚଳ ପ୍ରଦେଶର ବିଜେପି ବିଧାୟକ ଫୋସୁମ ଖିମହୁନଙ୍କ ପରଲୋକ ଘଟିଛି । ୬୩ ବର୍ଷ ବୟସରେ ହାର୍ଟ ଆଟାକରେ ଶ୍ରୀ ଖିମହୁନଙ୍କର ବିୟୋଗ ଘଟିଥିବା ଜଣାପଡ଼ିଛି ।

ଶ୍ରୀ ଖିମହୁନ ୫୨-ଚାଙ୍ଗଲାଙ୍ଗ ଦକ୍ଷିଣ ଆସନରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ସେ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେ ଦୀର୍ଘ ତିନି ଦଶନ୍ଧି ଧରି ରାଜନୀତି ସହ ଜଡ଼ିତ ରହିଥିଲେ । ତାଙ୍କ ମୃତ୍ୟୁ ପରେ ପରିବାରରେ ତାଙ୍କର ପତ୍ନୀ ଓ ଦୁଇ ସନ୍ତାନ ରହିଛନ୍ତି । ବିଧାୟକଙ୍କ ମୃତ୍ୟୁ ଖବର ପାଇବା ପରେ ବିଜେପି ସମେତ ଅନ୍ୟ ରାଜନୈତିକ ଦଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.