fbpx

(Video) ଆମେ ମହିଳାଙ୍କୁ ‘ଲକ୍ଷପତି ଦିଦି’ କରିବାକୁ ସଂକଳ୍ପ ନେଇଛୁ: Mahatari Vandan Yojana ର ପ୍ରଥମ କିସ୍ତି ଜାରି କଲେ PM ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଛଡିଶଗଡ଼ ମହିଳାମାନଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ସେ ମହତାରୀ ବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିସହ ଏହି ଯୋଜନାର ପ୍ରଥମ କିସ୍ତି ଜାରି କରିଛନ୍ତି । ଏହି ଯୋଜନା ମାଧ୍ୟମରେ ବିବାହତି ମହିଳାମାନଙ୍କୁ ମାସିକ ୧ ହଜାର ଟଙ୍କା ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାମାନଙ୍କୁ ୭୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଯିବ ।

ମହତାରୀ ବନ୍ଦନ ଯୋଜନାକୁ ଲଞ୍ଚ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତି ମାସରେ ଅପଣଙ୍କୁ ବିନା କୌଣସି ଅସୁବିଧାରେ ଆପଣମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ, ମୁଁ ଆପଣଙ୍କୁ ଏହି ଗ୍ୟାରେଣ୍ଟି ଦେଉଛି । କାରଣ ବିଶ୍ୱାସ ରହିଛି ଯେ, ଛଡିଶଗଡ଼ରେ ଡବଲ ଇଞ୍ଜିନ ସରକାର ଉପରେ ମୋତେ ଭରଷା ରହିଛି । ଏହି ଯୋଜନା ମାଧ୍ୟମରେ ଛଡିଶଗଡ଼ରେ ବିବାହିତ ମହିଳାମାନଙ୍କ ଆକାଉଣ୍ଟରେ ବାର୍ଷିକ ୧୨ ହଜାର ଟଙ୍କା ପଠାଯିବ । ତେବେ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ଲଞ୍ଚ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଲଞ୍ଚ କରିବା ସମୟରେ କହିଛନ୍ତି ଯେ, ୧୦ ବର୍ଷରେ ଆମ ସରକାର ସ୍ୱୟଂ ସହାୟତା ଗୋଷ୍ଠୀର ୧୦ କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ଏକ କୋଟିରୁ ଅଧିକ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି । ବର୍ତ୍ତମାନ ଆମେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସଂକଳ୍ପ ନେଇଛୁ ।

Get real time updates directly on you device, subscribe now.