fbpx

ମାର୍ଚ୍ଚରେ ହିଁ ସରୁଛି ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମର ଡେଡ୍‌ଲାଇନ୍‌, ସମୟ ପୂର୍ବରୁ ନ ସାରିଲେ ବଢିଯିବ ସମସ୍ୟା

ନୂଆଦିଲ୍ଲୀ: ମାର୍ଚ୍ଚରେ ଶେଷ ହେବାକୁ ଯାଉଛି କେତେକ ଗୁରୁତ୍ୱପୂର୍ଣ୍ଣ କାମର ସମୟସୀମା । ଏଇ ଯେପରି ଆଧାର କାର୍ଡ ଅପଡେଟ୍‌, ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସମୟସୀମା ଇତ୍ୟାଦି । ତେଣୁ ଆପଣ ଯଦି ଏହି ସମୟ ମଧ୍ୟରେ ନିମ୍ନୋକ୍ତ ସମସ୍ତ କାମ ନ ତୁଟାଇବେ ତେବେ ସମସ୍ୟାରେ ପଡିଯିବେ ।
ଯଦି ଆପଣ ନିଜ ଆଧାର କାର୍ଡ ଅପଡେଟ୍ କରିବାକୁ ଚାହୁଁଛନ୍ତି ତେବେ ୧୪ ମାର୍ଚ୍ଚ ସୁଦ୍ଧା ଆପଣ ମାଗଣାରେ ଏହା ଅପଡେଟ୍ କରିପାରିବେ । ଏହାପରେ ଆପଣଙ୍କୁ ଠାରୁ ଫି’ ଦେବାକୁ ପଡିବ । ଏଠାରେ ସୂଚାଇ ଦିଆଯାଇପାରେ କି ସରକାର ୧୦ ବର୍ଷ ପୁରୁଣା ଆଧାର କାର୍ଡ ଅପଡେଟ୍ କରାଇବାକୁ କହିଥିଲେ ।
ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସମୟସୀମା:
ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସେବା ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସମସ୍ତ ସୁବିଧା ବନ୍ଦ କରି ଦିଆଯିବ । ଏହାସହିତ ଗ୍ରାହକଙ୍କ ଆକାଉଣ୍ଟରେ ଡିପୋଜିଟ୍ ଉପରେ ବି ରୋକ ଲଗାଇ ଦିଆଯିବ । ଏହା ସହିତ କ୍ରେଡିଟ୍ ଟ୍ରାନଜାକସନ ବି ସମ୍ଭବ ହେବ ନାହିଁ । ଏପରି ସ୍ଥିତିରେ ଆପଣ ନିଜ ଜମା ରାଶିକୁ ବାହାର କରି ଅନ୍ୟ କେଉଁଠି ଡିପୋଜିଟ୍ କରିପାରିବେ ।
ଏସବିଆଇର ଏହି ଏଫଡିରେ ନିବେଶର ଶେଷ ସୁଯୋଗ:
ଏସ୍‌ବିଆଇ ଅମୃତ କଳସରେ ନିବେଶ କରିବାର ଶେଷ ତାରିଖ ରହିଛି ୩୧ ମାର୍ଚ୍ଚ ୨୦୨୪ । ଏହି ଯୋଜନାରେ ୭.୧୦% ସୁଧହାରରେ ଆପଣ ଏହି ୪୦୦ଦିନିଆ ସ୍ପେସାଲ ଏଫଡିର ଲାଭ ଉଠାଇପାରିବେ । ବରିଷ୍ଠ ନାଗରିକଙ୍କୁ ଏହି ଏଫଡି ଜରିଆରେ ୭.୬୦% ସୁଧ ମିଳିଥାଏ ।
ଏସ୍‌ବିଆଇର ହୋମ୍ ଲୋନ୍ ଡିସକାଉଣ୍ଟ:
ଏସବିଆଇ ୱିକେୟାର ଉପରେ ଦିଆଯାଉଥିବା ସୁଧ ହାର ରହିଛି ୭.୫୦% । ବରିଷ୍ଠ ନାଗରିକଙ୍କ ପାଇଁ ଏସବିଆଇ ୱିକେୟାର ଉପରେ ନିବେଶ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୪ । ଏହା ବ୍ୟତିତ ଏସବିଆଇ ହୋମ୍ ଲୋନ୍ ଉପରେ ବିଶେଷ ଅଭିଯାନ ରିହାତି ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରହିଛି ।
ଆଇଡିବିଆଇ ବ୍ୟାଙ୍କର ସ୍ପେସାଲ ଏଫଡି:
ଆଇଡିବିଆଇ ବ୍ୟାଙ୍କର ୩୦୦ଦିନ, ୩୭୫ଦିନ, ୪୪୪ଦିନ ସ୍ପେସାଲ ଏଫଡିରେ ସୁଧହାର କ୍ରମଶଃ ୭.୦୫%, ୭.୧୦%, ୭.୨୫% ରହିଛି । ଏହି ଏଫଡିରେ ପଇସା ନିବେଶ କରିବାର ଡେଡ୍‌ଲାଇନ୍ ୩୧ ମାର୍ଚ୍ଚ ୨୦୨୪ ରହିଛି ।
ଆଡଭାନ୍ସ ଟ୍ୟାକ୍ସର ୪ର୍ଥ କିସ୍ତୀ:
ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ଆଡଭାନ୍ସ ଟ୍ୟାକ୍ସର ୪ର୍ଥ କିସ୍ତୀ ଭରିବାର ଶେଷ ତାରିଖ ୧୫ ମାର୍ଚ୍ଚ ରହିଛି ।
ଫାଷ୍ଟଟ୍ୟାଗ କେୱାଇସି ଅପଡେଟ୍‌:
ଯଦି ଆପଣ ଫାଷ୍ଟଟ୍ୟାଗ ୟୁଜର ଅଟନ୍ତି ତେବେ ଆପଣଙ୍କୁ ଫାଷ୍ଟଟ୍ୟାଗ କେୱାଇସିକୁ ୩୧ ମାର୍ଚ୍ଚ ସୁଦ୍ଧା ଅପଡେଟ୍ କରିବାକୁ ହେବ ।

Get real time updates directly on you device, subscribe now.