fbpx

ବଡ଼ ଅଘଟଣ: କଇଁଛ ମାଂସ ଖାଇବା ପରେ ୯ ଜଣଙ୍କ ମୃତ୍ୟୁ, ୭୮ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ସମୁଦ୍ର କଇଁଛ ମାଂସ ଖାଇବା ପରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହତ ୭୮ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଞ୍ଜାନିଆରର ଏକ ରାଜ୍ୟ ଜାଞ୍ଜିବରରେ ଦେଖିବାକୁ ମିଳିଛି ଏପରି ଏକ ବଡ଼ ଅଘଟଣ । ମୃତକଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା କୁହାଯାଉଛି । ମୃତକମାନେ କଇଁଛ ମାଂସ ଖାଇଥିବା ଯାଞ୍ଚରୁ ଜଣାପଡ଼ିଥିଲା ।

ଜାଞ୍ଜିବରର ପେମ୍ବା ଦ୍ୱୀପରେ ଏହି ଘଟଣା ଘଟିଥିବା କୁହାଯାଉଛି । ସେଠାକାର ଲୋକମାନେ ସମୁଦ୍ର କଇଁଛ ମାଂସକୁ ଅତି ଆଗ୍ରହର ସହିତ ସେବନ କରିଥାନ୍ତି ବୋଲି କୁହାଯାଉଛି । ତେବେ ଏହି ମାଂସକୁ ସେବନ କରିବା ପରେ ଫୁଡ ପଏଜନିଂ କାରଣରୁ ଅନେକ ସମୟରେ ଏପରି ଘଟଣା ସାମ୍ନାକୁ ଆସିଥାଏ । ଏହି ଘଟଣା ପରେ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆର ଅର୍ଦ୍ଧ-ସ୍ୱାୟତ୍ତ ଅଞ୍ଚଳ ଜାଞ୍ଜିବରର ଏକ ବିପର୍ଯ୍ୟୟ ପରିଚାଳନା ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ଗତ ୨୦୨୧ ମସିହା ନଭେମ୍ବରର ମାସରେ ମଧ୍ୟ ଏପରି ଏକ ଅଘଟଣ ଘଟିଥିଲା । କଇଁଛ ମାଂସ ଖାଇ ଏକ ୩ ବର୍ଷର ଶିଶୁ ସହିତ ୭ ଜଣଙ୍କ ପ୍ରାଣହାନୀ ଘଟିଥିଲା ।

Get real time updates directly on you device, subscribe now.