fbpx

ନବଜାତ ଶିଶୁଙ୍କ ପାଇଁ ବଡ଼ ଘୋଷଣା: ଶିଶୁ ଜନ୍ମ ହେଲେ ୧୦,୮୦୦ ଟଙ୍କାର Fixed Deposits କରିବେ ରାଜ୍ୟ ସରକାର,

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ସରକାର ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଯୋଜନାର ନାମ ରହିଛି ‘ଶିଶୁ ସମୃଦ୍ଧି ଯୋଜନା’ (Shishu Samriddhi Yojana)। ଯାହା ଅଧୀନରେ ସରକାର ନବଜାତ ଶିଶୁଙ୍କ ନାମରେ ୧୦,୮୦୦ ଟଙ୍କା ଜମା କରିବେ। ଫିକ୍ସଡ ଡିପୋଜିଟ୍‌ (Fixed Deposits) ଶେଷ ହେବା ପରେ ଏବଂ ଯେତେବେଳେ ପିଲାଟି ୧୮ ବର୍ଷ ବୟସ ହେବ ସେତେବେଳେ ଏହି ଟଙ୍କା ଉଠା ଯାଇପାରିବ। ଦମ୍ପତିଙ୍କୁ ଅଧିକ ସନ୍ତାନ ପାଇବାକୁ ଉତ୍ସାହିତ କରିବା ପାଇଁ ରାଜ୍ୟରେ ଏଭଳି ଏକ ଘୋଷଣା କରିଛନ୍ତି ସିକ୍କିମ ରାଜ୍ୟ ସରକାର। ଏନେଇ ନିଜେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଘୋଷଣା କରି କହିଛନ୍ତି।

ସୂଚନା ଥାଉକି, ୨୦୧୧ ଜନଗଣନା ଅନୁଯାୟୀ, ସିକ୍କିମରେ ଦେଶର ସର୍ବନିମ୍ନ ଜନସଂଖ୍ୟା ୬.୨୦ ଲକ୍ଷ ରହିଛି। ଫଳରେ ଦମ୍ପତିଙ୍କୁ ଅଧିକ ସନ୍ତାନ ପାଇବାକୁ ଉତ୍ସାହିତ କରିବା ପାଇଁ ସିକ୍କିମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସୋରେଙ୍ଗ ଜିଲାର ଏକ ‘ଜନ ଭରୋସା ସମ୍ମିଳନୀ’କୁ ସମ୍ବୋଧିତ କରି ସେ କହିଛନ୍ତି, ଫିକ୍ସଡ ଡିପୋଜିଟ୍‌ (Fixed Deposits) ଶେଷ ହେବା ପରେ ଏବଂ ଯେତେବେଳେ ପିଲାଟି ୧୮ ବର୍ଷ ବୟସ ହେବ ସେତେବେଳେ ଏହି ଟଙ୍କା ଉଠା ଯାଇପାରିବ। ଏହି ଅଧୀନରେ, ଦୁଇ କିମ୍ବା ତିନି ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି (ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି), ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏକ ବର୍ଷ ମାତୃତ୍ୱ ଛୁଟି ଏବଂ ଅଣ-କାର୍ଯ୍ୟରତ ମା’ଙ୍କ ପାଇଁ ଆର୍ଥିକ ଅନୁଦାନ ଅନ୍ତର୍ଭୁକ୍ତ।

ପ୍ରକାଶ ଥାଉକି, ଗତ ବର୍ଷ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ କହିଥିଲେ, ସିକ୍କିମରେ ସ୍ଥାନୀୟ ଆଦିବାସୀମାନଙ୍କ ମଧ୍ୟରେ କମ ପ୍ରଜନନ ହାର ଗୁରୁତର ବିଷୟ। ଏହାକୁ ପରିବର୍ତ୍ତନ ପାଇଁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

Get real time updates directly on you device, subscribe now.