fbpx

(Video) ମହାଶିବରାତ୍ରୀ ପରେ ମନ୍ଦିରରୁ ବାହାରିଲେ ଗରୁଡ ପକ୍ଷୀ! ଏ କି ସଂକେତ ?

ଓଡ଼ିଶା ଭାସ୍କର: ନିକଟରେ ଶେଷ ହୋଇଛି ଭଗବାନ ଶିବଙ୍କ ପବିତ୍ର ମହାଶିବରାତ୍ରି । ଏହାପରେ ଅନୁଗୁଳ ସହରରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରଭୁ ଭୋଳାନାଥ ମର୍ତ୍ତ୍ୟକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏଥର ଗରୁଡ଼ଙ୍କ ରୂପରେ ଭକ୍ତଙ୍କ ପାଖକୁ ଆସିଛନ୍ତି ବାବା ଭୋଳାନାଥ । ଜାଗର ପରେ ଗରୁଡ ରୂପରେ ମହାଦେବ ଆସିଥିବା ଲୋକେ ଆଲୋଚନା କରୁଛନ୍ତି ।

ବାସ୍ତବରେ ଅନୁଗୁଳ ଜିଲ୍ଲା ମଝିକା ଶିବ ମନ୍ଦିରରେ ବିରଳ ପ୍ରଜାତିର ପକ୍ଷୀକୁ ଦେଖି ଗରୁଡ଼ ବୋଲି କହୁଛନ୍ତି । ଏହାସହ ଭକ୍ତ ମାନେ ପୂଜାର୍ଚନା କରୁଥିବା ମଧ୍ୟ ଦେଖାଯାଇଛି । ପକ୍ଷୀଟି ଭାଗବାନଙ୍କ କୃପାରୁ ମନ୍ଦିରକୁ ଆସିଛି, ଏଭଳି ଭାବନା ରଖି ଅନେକ ଭକ୍ତ ଆସି ପୂଜା କରିବା ସହ ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି । କାରଣ ନିକଟରେ ଶେଷ ହୋଇଛିପବିତ୍ର ଶିବରାତ୍ରି ।

ସୂଚନା ଅନୁସାରେ, ମନ୍ଦିରର ପୂଜାରୀ ଆଜି ସକାଳୁ ଶିବ ମନ୍ଦିରକୁ ପୂଜା କରିବାକୁ ଯାଉଥିବା ବେଳେ ଏକ ବିରଳ ପକ୍ଷୀ ଦେଖିଥିଲେ । ଏହି ପକ୍ଷୀଟି ଦେଖିବାକୁ ଅବିକଳ ଗରୁଡ଼ ପରି ହୋଇଥିଲା । ତେଣୁ ତାକୁ ଆଣି ପୂଜାର୍ଚନା କରିବା ସହ ଅନ୍ୟମାନ ଙ୍କୁ ଜଣାଇଥିଲେ ମନ୍ଦିରର ପୂଜାରୀ । ଭକ୍ତ ମାନେ ଏହାକୁ ଦେଖି ଶିବ ଭାଗବାନଙ୍କ ରୂପ ରେ ଆସିଛନ୍ତି ବୋଲି ପୂଜାର୍ଚନା କରୁଛନ୍ତି ଓ ଏହାକୁ ଦେଖିବାକୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକଙ୍କ ଗହଳି ମଧ୍ୟ ଦେଖାଯାଇଛି । ବାସ୍ତବରେ କଣ ଶିବ ଗରୁଡ ପାଖି ଭାବେ ଆସିଛନ୍ତି ନା ଏହା ପଛରେ କିଛି ଅନ୍ୟ କାରଣ ରହିଛି ସେ ନେଇ ଆଲୋଚନା ହେବାରେ ଲାଗିଛି ।

Get real time updates directly on you device, subscribe now.