fbpx

ଏଣିକି ୨୫ ଦିନ ଛୁଟିରେ ରହିପାରିବେ ମହିଳା କର୍ମଚାରୀ: ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର: ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାର୍ଷିକ ସାମୟିକ ଛୁଟିରେ ମହିଳା କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ଦେବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ବାର୍ଷିକ ୨୫ ଦିନ ସାମୟିକ ଛୁଟିରେ ରହିପାରିବେ ମହିଳା ସରକାରୀ କର୍ମଚାରୀ । ମହିଳାଙ୍କ କାନ୍ଧରେ ଥିବା ପାରିବାରିକ ଦାୟିତ୍ୱ ଏବଂ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମହିଳା କର୍ମୁାରୀମାନଙ୍କ ପାଇଁ ବାର୍ଷିକ ୧୫ ଦିନର ସାମୟିକ ଛୁଟି ମିଳି ପାରୁଥିଲା । ତେବେ ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଏହାକୁ ୧୦ ଦିନ ବୃଦ୍ଧି କରାଇଛନ୍ତି ।

Get real time updates directly on you device, subscribe now.