ମୁମ୍ବାଇ: ମନୋରଞ୍ଜନ ଦୁନିଆରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଗ୍ ବସ୍ ୧୬ର ବିଜେତା ରହିସାରିଥିବା ରାପର MC Stanଙ୍କ Youtube ଆକାଉଣ୍ଟ ହ୍ୟାକ୍ ହୋଇଛି । ସେ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ । ତାଙ୍କର ଫ୍ୟାନ୍ ଫଲୋଇଂ ମଧ୍ୟ ଅନେକ ଅଛନ୍ତି । ତେବେ ତାଙ୍କ Youtube ଆକାଉଣ୍ଟ ହ୍ୟାକ୍ ହେବା ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମାଧ୍ୟମରେ ଫ୍ୟାନ୍ସମାନଙ୍କୁ ସତର୍କ କରିଛନ୍ତି ।
ବିଗ୍ ବସ୍ ୧୬ର ବିଜେତା ଏବଂ ରାପର MC Stan ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘କେହି ଜଣେ ମୋ Youtube ଆକାଉଣ୍ଟ ହ୍ୟାକ୍ କରିଦେଇଛି । ମୋତେ ଜଣା ନାହିଁ କ’ଣ ମାମଲା । ଟିକେ ଧୈର୍ଯ୍ୟ ରଖନ୍ତୁ !!’ । ଏହା ବ୍ୟତୀତ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କର ଏକ Youtube ଭିଡ଼ିଓରେ କୁ୍ୟଆର୍ କୋଡ୍ ଦେଖାଯାଉଛି । ଏହାର କ୍ୟାପସନରେ ସେ ଲେଖିଛନ୍ତି, କୁ୍ୟଆର୍ କୋଡ୍ ସ୍କାନ୍ କରିବେ ନାହିଁ କିମ୍ବା କୈଣସି ଲିଙ୍କ ଉପରେ କ୍ଲିକ୍ କରିବେ ନାହିଁ । କିଛି ବି ସ୍କାମ୍ ହୋଇପାରେ ।