fbpx

(Video) ମନ୍ତ୍ରୀଙ୍କ ଗାଡ଼ି ତଳେ IPS ଅଫିସର ଆହତ: ସୁରକ୍ଷା ଦାୟିତ୍ୱରେ ଥିଲେ ନିୟୋଜିତ

ହାଇଦ୍ରାବାଦ: ମନ୍ତ୍ରୀଙ୍କ ରାଲିରେ ସୁରକ୍ଷା ଦେବାକୁ ଆସି ଆହତ ହୋଇଛନ୍ତି ଜଣେ IPS ଅଫିସର । ରାଲିରେ ସାମିଲ ଥିବା ଏକ ଗାଡ଼ି ଧକ୍କାରେ ଆହତ ହୋଇଛନ୍ତି ଆଇପିଏସ ଅଫିସର ପରିତୋଷ ପଙ୍କଜ । ଦୁର୍ଘଟଣାରେ ଆହତ ହୋଇଥିବାରୁ ପଙ୍କଜଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ନିଆ ଯାଇଥିଲା । ଏହାପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅପଲୋଡ ହୋଇଛି ।

ସୂଚନା ଅନୁସାରେ, ତେଲେଙ୍ଗାନାର ଭଦ୍ରାଦି କୋଠାଗୁଡେମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏକ ରାଲି କରିଥିଲେ । ଏହି ରାଲିରେ ସୁରକ୍ଷା ଦାୟିତ୍ୱରେ ଥିବା ଭଦ୍ରାଚଳମର ASP ପରିତୋଷ ପଙ୍କଜ ଆହତ ହୋଇଛନ୍ତି । ଡ୍ୟୁଟି ସମୟରେ ରାଲିରେ ସାମିଲ ଥିବା ଏକ ଗାଡ଼ି ତାଙ୍କୁ ପଛ ପଟୁ ଧକ୍କା ଦେଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପରିତୋଷ ପଙ୍କଜଙ୍କୁ ତୁରନ୍ତ ସେଠାରୁ ଏକ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ବେଳେ ପରେ ହାଇଦ୍ରାବାଦ ପଠାଯାଇଛି । ତେବେ ଦୁର୍ଘଟଣାରେ ପରିତୋଷଙ୍କୁ ସାମାନ୍ୟ ଆଘାତ ଲାଗିଛି । ପରିତୋଷଙ୍କ ବାମ ଆଖି ନିକଟରେ ଏକ ଛୋଟ ଫ୍ରାକଚର ଥିଲା, ଯାହାର ସର୍ଜରୀ କରାଯାଇଛି । ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ବରିଷ୍ଠ କର୍ମଚାରୀ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖାଯାଇଛି ଯେ, ମନ୍ତ୍ରୀଙ୍କ ଗାଡ଼ି ପ୍ରବେଶ କରିବା ପରେ ପରିତୋଷ ବ୍ୟାରିକେଡ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ପଛରେ ଶ୍ରୀଧର ବାବୁଙ୍କର ଆଉ ଏକ ଗାଡ଼ି(ପାଇଲଟ୍ ବାହନ) ଆସୁଥିବା ସେ ଜାଣି ପାରି ନଥିଲେ । ଦୌଡ଼ି ଦୌଡ଼ି ହଠାତ୍ ରାସ୍ତା ମଝିରେ ଠିଆ ହୋଇ ଯାଇଥିଲେ । ଏହାପରେ ପଛରୁ ଆସୁଥିବା ଏକ କାର୍ ନିୟନ୍ତ୍ରଣ କରି ନ ପାରି ପରିତୋଷଙ୍କୁ ଧକ୍କା ଦେଇଥିଲା । ଗାଡ଼ି ଧକ୍କାରେ ରାସ୍ତା ଉପରେ ଛିଟିକି ପଡ଼ିବା ସହ ଗାଡ଼ିର ଚକା ତଳକୁ ଚାଲି ଆସିଥିଲେ ପରିତୋଷ । ତେବେ ଘଟଣାସ୍ତଳରେ ଉପସ୍ତିତ ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲକୁ ନେଇଥିଲେ । ଏବଂ ଏହାପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.