fbpx

ଖୁସି ଖବର; ପଦ୍ମ ପୁରସ୍କାର ବିଜେତାଙ୍କୁ ମିଳିବ ମାସିକ ୨୫ ହଜାର ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ୱଙ୍କ ପାଇଁ ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ମହାନ୍ ବ୍ୟକ୍ତିତ୍ୱମାନଙ୍କୁ ମାସିକ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଏପ୍ରିଲ ମାସରୁ ସରକାରଙ୍କ ତରପରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ଗୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଛନ୍ତି । ପଦ୍ମ ପୁରସ୍କାର ହେଉଛି ଦେଶର ଗୌରବମୟ ବେସାମରିକ ସମ୍ମାନ । ତେଣୁ ଏହି ପରସ୍କାରରେ ସମ୍ମାନିତ ହୋଇଥିବା ସମସ୍ତ ବ୍ୟକ୍ତିତ୍ୱଙ୍କୁ ସ୍ୱତନ୍ତ୍ର ସମ୍ମାନ ପାଇଁ ଏହି ରାଶି ଘୋଷଣା କରାଯାଇଛି ।

Get real time updates directly on you device, subscribe now.