fbpx

କେଜ୍ରିୱାଲଙ୍କୁ ମିଳିଲା ବଡ ଆଶ୍ୱସ୍ତି, ଇଡିର ସମନ ନ ମାନିବା ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସମନ ନ ମାନିବା ମାମଲାରେ ବଡ ଆଶ୍ୱସ୍ତି ମିଳିଛି । କୋର୍ଟ ତାଙ୍କୁ ୧୫,୦୦୦ଟଙ୍କା ମୁଚାଲିକା ଓ ୧ଲକ୍ଷ ଟଙ୍କା ସିକ୍ୟୁରିଟି ବଣ୍ଡ ବଦଳରେ ନିୟମିତ ହାଜର ହେବା ସମସ୍ୟାରୁ ମୁକ୍ତି ଦେଇଛନ୍ତି । ଏହି ମାମଲାରେ ଏବେ ଆଗାମୀ ଶୁଣାଣୀ ଏପ୍ରିଲ ୧ରେ ହେବ ।

କେଜ୍ରିୱାଲ ଶନିବାର ସକାଳେ ନିଜେ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଏହି ସମୟରେ ତାଙ୍କ ଓକିଲ ରମେଶ ଗୁପ୍ତା କୋର୍ଟଙ୍କୁ ଅନୁରୋଧ କରିଥିଲେ କି କେଜ୍ରିୱାଲଙ୍କୁ ଯିବାକୁ ଅନୁମତି ଦିଆଯାଉ ଓ ମାମଲାରେ ତର୍କ ଜାରି ରଖାଯାଉ । ଏହି ଦାବୀ ଉପରେ ଇଡି କୌଣସି ଆପତ୍ତି ଦର୍ଶାଇ ନ ଥିଲା । ଏହାପରେ ରାଉଜ୍ ଆଭେନ୍ୟୁ କୋର୍ଟର ଏସିଏମଏମ୍ କେଜ୍ରିୱାଲଙ୍କୁ ୧୫,୦୦୦ ଟଙ୍କା ମୁଚାଲିକା ଓ ୧ଲକ୍ଷ ଟଙ୍କା ସିକ୍ୟୁରିଟି ବଣ୍ଡ ବଦଳରେ ଜାମିନ ଦେଇଥିଲେ । ପରେ କୋର୍ଟ ଉଭୟ ପକ୍ଷକୁ ଏହି ମାମଲା ସହ ସମ୍ବନ୍ଧିତ ଫାଇଲ୍ ଉପସ୍ଥାପନ କରିବାକୁ କହିଥିଲେ ।

Get real time updates directly on you device, subscribe now.