fbpx

ହଜିଯାଇଛି କି ATM କାର୍ଡ, ତେବେ ବ୍ୟାଙ୍କ ଯିବାର ନାହିଁ ଆବଶ୍ୟକତା: ଘରେ ବସି ମଗାଇପାରିବେ ନୂଆ କାର୍ଡ, ଜାଣନ୍ତୁ କିପରି ?

ଏକ ସମୟ ଥିଲା ଯେତେବେଳେ କାହାକୁ କ୍ୟାସର ଦରକାର ପଡ଼ୁଥିଲା । ସେବେ ବ୍ୟାଙ୍କ ଯିବାର ଆବାୃକତା ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ଏଟିଏମ୍ ସାହାଯ୍ୟରେ ଯେକୌଣସି ସ୍ଥାନରୁ ଟଙ୍କା ବାହାର କରାଯାଇପାରୁଛି । ବର୍ତ୍ତମାନ ସମସ୍ତ ବ୍ୟାଙ୍କ ଦ୍ୱାରା ଏଟିଏମ୍ ଯୋଗାଇ ଦିଆଯାଉଛି ।

ଏଟିଏମ୍ କାର୍ଡ ହେଉଛି ଏକ ଛୋଟ କାର୍ଡ । ଯାହାକୁ ପର୍ସରେ ନେଇ ଲୋକମାନେ ଆରାମରେ ବୁଲାବୁଲି କରିପାରିବେ, କାରଣ ଏହା ଏକ ଛୋଟ କାର୍ଡ । ତେଣୁ ଏହାକୁ ହରାଇବାର ଅନେକ ସମ୍ଭାବନା ରହିଛି । ବେଳେବେଳେ ଏହା ମଧ୍ୟ ଦେଖାଯାଇଛି ଯେ ଲୋକଙ୍କ ୱାଲେଟ୍ ଚୋରି ହୋଇଯାଏ । ତେଣୁ ଏଟିଏମ୍ କାର୍ଡ ମଧ୍ୟ ଚୋରି ହୋଇଯାଏ । ଏଭଳି ପରିସ୍ଥିତିରେ ଲୋକଙ୍କୁ ଟଙ୍କା ଉଠାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଯଦି ଆପଣଙ୍କର ଏଟିଏମ୍ କାର୍ଡ ହଜିଯାଇଛି ତେବେ ଆପଣଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆପଣ ଘରେ ବସି ଏକ ନୂଆ ଏଟିଏମ୍ ମଗାଇପାରିବେ ।

ଆପଣ ଅନଲାଇନ୍ ଅର୍ଡର କରିପାରିବେ :-
ଯଦି ଆପଣଙ୍କର ଏଟିଏମ୍ କାର୍ଡ ହଜିଯାଏ କିମ୍ବା ଚୋରି ହୋଇଯାଏ, ସର୍ବପ୍ରଥମେ ଆପଣଙ୍କୁ ବ୍ୟାଙ୍କର କଷ୍ଟମର କେୟାର ଅଧିକାରୀଙ୍କୁ ଫୋନ୍ କରି ଏ ବିଷୟରେ ସୂଚନା ଦେବାକୁ ପଡ଼ିବ ଏବଂ ଆପଣଙ୍କର ପୁରୁଣା ଏଟିଏମ୍ ବନ୍ଦ କରିବାକୁ ପଡିବ । ଏହା ପରେ ଆପଣଙ୍କ ପୁରୁଣା ଏଟିଏମ୍ କାର୍ଡ ବନ୍ଦ ହୋଇଯାଏ । ତା’ପରେ ଆପଣ କଷ୍ଟମର କେୟାର ଅଧିକାରୀଙ୍କୁ ଏକ ନୂତନ କାର୍ଡ ପାଇଁ ଅନୁରୋଧ କରିପାରିବେ । ଯଦି ଆପଣ ଚାହାଁନ୍ତି, ଆପଣ ବ୍ୟାଙ୍କର ଅନଲାଇନ୍ ୱେବସାଇଟ୍ ଯାଇ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏକ ନୂଆ ଏଟିଏମ୍ ଅର୍ଡର କରିପାରିବେ ।

ଆପଣ ବ୍ୟାଙ୍କକୁ ଯାଇ ଆବେଦନ କରିପାରିବେ :-
ଯଦି ଆପଣଙ୍କର ନେଟ ବ୍ୟାଙ୍କିଙ୍ଗ୍ ନାହିଁ ଏବଂ ଆପଣ କଷ୍ଟମର କେୟାର ଅଧିକାରୀଙ୍କ ମାଧ୍ୟମରେ ମଧ୍ୟ ଆପଣଙ୍କର ନୂଆ ଏଟିଏମ୍ ଅର୍ଡର କରିବାକୁ ସକ୍ଷମ ନୁହଁନ୍ତି , ତେବେ ଆପଣ ନିଜ ବ୍ୟାଙ୍କର ହୋମ ବ୍ରାଞ୍ଚ ଯାଇ ଏଟିଏମ ପାଇଁ ମଧ୍ୟ ଆବେଦନ କରିପାରିବ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ଏକ ନୂଆ ଏଟିଏମ୍ କାର୍ଡ ପାଇଁ ଦିଆଯାଇଥିବା ଫର୍ମ ନେବାକୁ ପଡିବ । ଆପଣଙ୍କୁ ଏଥିରେ ଆପଣଙ୍କର ସୂଚନା ପୂରଣ କରିବାକୁ ପଡିବ ଏବଂ ଏହାକୁ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଆପଣଙ୍କ ଏଟିଏମ୍ ୧୦ ରୁ ୧୫ ଦିନ ମଧ୍ୟରେ ଆପଣଙ୍କ ଠିକଣାରେ ପହଞ୍ଚିବ ।

Get real time updates directly on you device, subscribe now.