fbpx

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ: ୭ ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖ ଠାରୁ ଦେଶରେ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଏନେଇ ବିଜେପି ତା’ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରି ସାରିଥିବା ବେଳେ ଏହା ମଧ୍ୟରେ କଂଗ୍ରେସ ମଧ୍ୟ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି । ଦଳ ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ଏପରି ଭାବେ ୮୨ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଥିଲା । ଏବେ ତୃତୀୟ ପର୍ଯ୍ୟାୟରେ ଦଳ ୫୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ତେବେ ଦଳ ପକ୍ଷରୁ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେଥିମଧ୍ୟରେ ଅରୁଣାଚଳ ପ୍ରଦେଶର ୨ ଜଣ, ଗୁଜରାଟର ୧୧ ଜଣ, କର୍ଣ୍ଣାଟକର ୧୭ ଜଣ, ମହାରାଷ୍ଟ୍ରର ୭ ଜଣ, ରାଜସ୍ଥାନର ୬ ଜଣ, ତେଲେଙ୍ଗାନାର ୫ ଜଣ, ପଶ୍ଚିମବଙ୍ଗର ୮ ଜଣ ଓ ପୁଡ଼ୁଚେରୀର ୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏପ୍ରିଲ ୧୯ ଓ ୨୬, ମେ ୬, ୧୩, ୨୦ ଓ ୨୫, ଜୁନ ୧ ତାରିଖରେ ମତଦାନ ଗ୍ରହଣ କରାଯିବ । ଜୁନ ୪ରେ ୫୪୩ଟି ଆସନର ଫଳାଫଳ ଘୋଷଣା କରାଯିବ ।

Get real time updates directly on you device, subscribe now.