ବିଜେପି ପ୍ରାର୍ଥୀ ଡା. ଅନିର୍ବାଣ ଗାଙ୍ଗୁଲୀଙ୍କ ଜନ ସଂପର୍କ ଅଭିଯାନ, ମମତାଙ୍କ ଗଡ଼ରେ ମିଳିଲା ମହିଳାଙ୍କ ଆଶୀର୍ବାଦ

କୋଲକାତା:ନିର୍ବାଚନ ପାଖେଇ ଆସୁଥିବା ବେଳେ ଦେଶର ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଏହି କ୍ରମରେ ଯାଦବପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଡା. ଅନିର୍ବାଣ ଗାଙ୍ଗୁଲୀ ନିଜ ସମର୍ଥକମାନଙ୍କ ଗହଣରେ ଏକ ଜନ ସଂପର୍କ ଅଭିଯାନ ଆୟୋଜନ କରିଛନ୍ତି । ଶୁକବାର ସକାଳେ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି ।

ଡା. ଅନିର୍ବାଣ ଗାଙ୍ଗୁଲୀଙ୍କ ଏହି ଜନସଂପର୍କ ଅଭିଯାନ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଜେପି ପ୍ରାର୍ଥୀ ଗାଙ୍ଗୁଲୀ ସକାଳ ୮ଟା ୩୦ ମିନିଟ୍ ସମୟରେ ଟଲିଗଞ୍ଜ ବିଧାନସଭା ୱାର୍ଡ ନଂ ୯୮ରୁ ନେତାଜୀ ନଗର ପର୍ଯ୍ୟନ୍ତ ଏହି ଯାତ୍ରା ଅଭିଯାନ ଆରମ୍ଭ କରିଥିଲେ । ଏହି ଅଞ୍ଚଳ କ୍ଷମତାରେ ଥିବା ପଶ୍ଚିମବଙ୍ଗ ସରକାରଙ୍କ ଗଡ ଭାବରେ ପରିଚିତ । ତେବେ ବିଜେପିର ହେଭିୱେଟ୍ ନେତା ଗାଙ୍ଗୁଲୀଙ୍କ ଏହି ଅଭିଯାନରେ ଦେଖିବାକୁ ମିଳିଥିଲା କି ଅଞ୍ଚଳର ମହିଳାମାନେ ସ୍ୱତଃ ପ୍ରବୃତ୍ତ ଭାବରେ ଘରୁ ଚାଲିଆସି ଗାଙ୍ଗୁଲୀଙ୍କୁ ଆଶୀର୍ବାଦ କରିଥିଲେ ।

ଏହା ବ୍ୟତିତ ଅନିର୍ବାଣ ଗାଙ୍ଗୁଲୀ ଓ ବିଜେପି କର୍ମୀ ମଧ୍ୟାହ୍ନ ସମୟରେ ବାରୁଇପୁର ସ୍ଥିତ ଏସପି ଅଫିସ୍ ନିକଟରେ ଧାରଣାରେ ବସିଥିଲେ । ତେବେ ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର, ମହିଳାଙ୍କ ଅସମ୍ମାନ, ଓ ମହିଳାଙ୍କ ସୁରକ୍ଷା ଦାବୀ କରି ଏମାନେ ଆଜି ଧାରଣାରେ ବସିଥିଲେ । ଏହାସହିତ ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ ଲାଗି ଏମାନେ ଦାବୀ କରିଥିଲେ ।

Get real time updates directly on you device, subscribe now.