ଆମେରିକାରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ, ଉମା ସତ୍ୟ ସାଇଙ୍କ ପରେ ଅବଦୁଲ ଅରଫାତଙ୍କର ମିଳିଲା ଡେଡ ବଡି

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ଛାତ୍ରମାନଙ୍କୁ ଲଗାତାର ଟାର୍ଗେଟ କରାଯାଉଛି । ଉମା ସତ୍ୟ ସାଇଙ୍କ ପରେ ଏବେ ଆମେରିକାରେ ରହୁଥିବା ଭାରତୀୟ ଛାତ୍ର ଅବଦୁଲ ଅରଫାତଙ୍କ ଡେଡବଡି ମିଳିଛି । ଗତ ମାସରୁ ନିଖୋଜ ୨୫ ବର୍ଷୀୟ ଭାରତୀୟ ଛାତ୍ର ଆମେରିକାର କ୍ଲିବଲ୍ୟାଣ୍ଡରେ ମୃତାବସ୍ଥାରେ ମିଳିଛନ୍ତି । ହାଇଦ୍ରାବାଦ ନିବାସୀ ମହମ୍ମଦ ଅବଦୁଲ ଅରଫାତଙ୍କ ମୃତ୍ୟୁ ଆମେରିକାରେ ରହୁଥିବା ଭାରତୀୟ ଛାତ୍ରଙ୍କ ସୁରକ୍ଷା ଉପରେ ପୁଣି ପ୍ରଶ୍ନ ଉଠିଛି । ଗୋଟିଏ ସପ୍ତାହ ମଧ୍ୟରେ ଏପରି ଦ୍ୱିତୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୧ ଜଣ ଭାରତୀୟ ଛାତ୍ରଙ୍କ ସହ ଏପରି ଘଟିଛି ।

ନ୍ୟୁୟର୍କରେ ଥିବା ଇଣ୍ଡିଆନ୍ କନସୁଲେଟ୍ ଆରାଫତଙ୍କ ମୃତ୍ୟୁକୁ ନିଶ୍ଚିତ କରି ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ ମହମ୍ମଦ ଅବଦୁଲ ଅରଫାତଙ୍କ ମୃତଦେହ ଓହିଓର କ୍ଲିଭଲ୍ୟାଣ୍ଡରେ ମିଳିଥିବାର ଖବର ଅତ୍ୟନ୍ତ ଦୁଃଖଦାୟକ। କ୍ଲିଭଲ୍ୟାଣ୍ଡ ୟୁନିଭର୍ସିଟି ଛାତ୍ରଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିଶ୍ଚିତ କରିବାକୁ ଆମେରିକାର ସ୍ଥାନୀୟ ଏଜେନ୍ସି ସହ ଯୋଗାଯୋଗରେ ଥିବା କନସୁଲେଟ୍ କହିଛନ୍ତି। ତାଙ୍କ ମୃତ ଶରୀରକୁ ଭାରତ ଆଣିବା ପାଇଁ ଆମେ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛୁ।

ମାର୍ଚ୍ଚ ୭, ୨୦୨୪ ପରଠାରୁ ମହମ୍ମଦ ଅବଦୁଲ ଅରଫତ ନିଖୋଜ ଥିଲେ। ତାଙ୍କ ପିତା ମହମ୍ମଦ ସଲିମ କହିଥିଲେ ଯେ ନିଖୋଜ ହେବାର ୧୦ ଦିନ ପରେ ତାଙ୍କୁ ଏକ କଲ ଆସିଛି ଏବଂ କଲର କହିଛନ୍ତି ଯେ ତାଙ୍କ ପୁଅ ଅପହରଣ ହୋଇଛି। ତାଙ୍କୁ ମୁକ୍ତ କରିବା ପାଇଁ ଅଭିଯୁକ୍ତ ୧୨୦୦ ଆମେରିକୀୟ ଡଲାର ଦାବି କରିଥିଲେ। ସେ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଆମେରିକାରେ ପରିସ୍ଥିତି: ଭାରତୀୟ ଦୂତାବାସ ସହାୟତାରେ ଛାତ୍ରଙ୍କୁ ଖୋଜା ଚାଲିଥିଲା, କିନ୍ତୁ ବର୍ତ୍ତମାନ ହଠାତ୍ ତାଙ୍କ ମୃତଦେହ ମିଳିଛି।