fbpx
BJD SKY
BJD SKY

କିଏ ଏହି ଟେଙ୍ଗେ ଟେଙ୍ଗେ? ଜାଣନ୍ତୁ, ଏହି Viral Boyଙ୍କ ବିଷୟରେ କିଛି ଖାସ୍ ରିପୋର୍ଟ

BJD

ଓଡ଼ିଶା ଭାସ୍କର: ଆପଣମାନେ ସୋସିଆଲ ମିଡ଼ିଆ ଖୋଲିବା ମାତ୍ରେ ‘ଟେଙ୍ଗେ ଟେଙ୍ଗେ’ ନାମକ ଏକ ଗୀତ ନିହାତି ଦେଖିବାକୁ ପାଇବେ। ଆଉ ଏହି ଗୀତରେ କିଟିକିଟ୍ ରଙ୍ଗର କଳା ଓ ବଡ଼ ବଡ଼ ଆଖିଥିବା ଜଣେ ଆଫ୍ରିକୀୟ ପିଲା ନାଚୁଥିବା ଦେଖିବାକୁ ପାଇବେ। ଯାହାର ଭିଡିଓ ଆଜି ବିଶ୍ୱର କୋଣରେ ଖୁବ ଭାଇରାଲ ହେଉଛି। ହେଲେ ବାସ୍ତବରେ ଏହି ‘ଟେଙ୍ଗେ ଟେଙ୍ଗେ’ ଗୀତରେ ନାଚୁଥିବା ପିଲା ଜଣଙ୍କ କିଏ? ଏହି ପିଲା ଜଣଙ୍କ ଘର ଓ ପରିଚୟ କ’ଣ? ତେବେ ଆସନ୍ତୁ ଆଜି ଜାଣିବା ଏହି ‘ଟେଙ୍ଗେ ଟେଙ୍ଗେ’ ଭାଇରାଲ ବୟଙ୍କ ସମ୍ପର୍କରେ କିଛି ଖାସ ରିପୋର୍ଟ।

ରେଙ୍ଗୋ ଟେଙ୍ଗେ ଟେଙ୍ଗେର ପ୍ରକୃତ ନାମ ହେଉଛି ସାର୍ର ସୋର୍ଜି । ହେଲେ ତା’ର ସୋସିଆଲ ମିଡ଼ିଆ ବାୟୋରେ କମାଙ୍ଗୋ ମାଇକେଲ ନାମ ରହିଛି। ଆଫ୍ରିକା ଦେଶର ଓଗଣ୍ଡା ଠାରେ ସାର୍ର ସୋର୍ଜିର ଜନ୍ମ। ସୋର୍ଜିର ୭ ଜଣ ଭାଇ ଭଉଣୀ ଥିବା ବେଳେ ତା’ର ବୟସ ଏବେ ମାତ୍ର ୧୧ ବର୍ଷ । ବର୍ତ୍ତମାନ ସୋର୍ଜି ପ୍ରାଇମେରୀ ତୃତୀୟ ଶ୍ରେଣୀରେ ପାଠ ପଢୁଛି।

ଜଣେ କଳାକାର ହେବା ପାଇଁ ଓ ନାଚ ଗୀତରେ ପିଲାବେଳୁ ସୋର୍ଜି ବହୁତ ଆଗ୍ରହ ରହିଛି। କିନ୍ତୁ ନିଜର ଚେହେରା ଓ ବଡ଼ ବଡ଼ ଆଖି ପାଇଁ ସମସ୍ତେ ତା’ର ମଜାକ ଉଡାଉଥିଲେ। ମାତ୍ର ଏଇ ଅଳ୍ପ ଦିନ ହେବ ସୋର୍ଜି କୌଣସି ଅର୍ଥ ନଥିବା ‘ଟେଙ୍ଗେ ଟେଙ୍ଗେ’ ଗୀତରେ ନାଚି ଖୁବ ଲୋକପ୍ରିୟତା ହାସଲ କରି ପାରିଛି। ସୋର୍ଜିର ପ୍ରତ୍ୟେକ ଭିଡିଓକୁ ମିଲିୟନ ମିଲିୟନ ଲୋକେ ପସନ୍ଦ କରୁଛନ୍ତି । ଅପରପକ୍ଷେ ସୋର୍ଜିର ‘ଟେଙ୍ଗେ ଟେଙ୍ଗେ’ ଗୀତକୁ ଅନେକ ଭାଷାରେ କପି ମଧ୍ୟ କରାଯାଇଛି। ବହୁ ବଡ଼ ବଡ଼ କଳାକାର ଏହି ଗୀତର ନାଚୁଥିବା ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ ଓଡ଼ିଶାର ଖୁବ ଜଣାଶୁଣା ଅନ୍ତର୍ଜାତୀୟ ୟୁଟ୍ୟୁବର ଲବ୍ ହଂସଦା ମଧ୍ୟ ଆଫ୍ରିକା ଯାଇ ଟେଙ୍ଗେ ଟେଙ୍ଗେ ସହ ଦେଖା କରି ତା’ ସହ ଭିଡ଼ିଓ ମଧ୍ୟ କରିଛନ୍ତି । ତେବେ ଦିନେ ସୋର୍ଜିକୁ ଅଭାବ କାରଣରୁ ଖାଇବାକୁ ମିଳୁନଥିବା ବେଳେ ଏବେ ସେ କମ ବୟସରେ ଭିଡିଓ କରି ଖୁବ ଟଙ୍କା କମାଉଥିବା କୁହାଯାଉଛି।

Get real time updates directly on you device, subscribe now.