ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୭୨ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ୍ କବଜାରେ ଆସି ଅସୁସ୍ଥ ହୋଇଥିବା ବେଳେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । କିନ୍ତୁ ଦୁନିଆରେ ୨୬ଟି ଦେଶ ଏପରି ଅଛି, ଯେଉଁଠାରେ କରୋନା ଭାଇରସର ଗୋଟିଏ ବି ମାମଲା ସାମନାକୁ ଆସିନାହିଁ । ଅର୍ଥାତ୍ ସେଠାରେ ଜିରୋ ଆକ୍ଟିଭ୍ କେସ୍ ।
ସେହି ଦେଶଗୁଡିକ ହେଉଛି- ନ୍ୟୁଜିଲ୍ୟାଣ୍ଡ, ଆଇଲେ ଅଫ୍ ମ୍ୟାନ୍, ମୋଣ୍ଟେନେଗ୍ରୋ, ଫାରେ ଆଇଲ୍ୟାଣ୍ଡ, ତ୍ରିନିଦାଦ ଆଣ୍ଡ ଟୋବାଗୋ, ଆରୁବା ଫ୍ରୋଞ୍ଚ ପଲିନେସିଆ, ମକାଓ, ଏରିତ୍ରି, ତିମୋର ଲେଷ୍ଟେ, ନ୍ୟୁ କାଲେଡୋନିଆ, ଲାଓସ୍, ଫିଜି, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍, ଫାଲ୍କଲ୍ୟାଣ୍ଡ ଆଇଲ୍ୟାଣ୍ଡ, ଗ୍ରାନଲ୍ୟାଣ୍ଡ, ଗ୍ରାନଲ୍ୟାଣ୍ଡ, ଟର୍କ୍ସ ଆଣ୍ଡ କାଇାକୋଜ, ଭାଟିକନ୍ ସିଟି, ମୋର୍ଟସେରାଟ, ସେଚେଲସ୍, ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି, କାରିବିଆନ୍ ନେଦରଲ୍ୟାଣ୍ଡ, ସେଣ୍ଟ ବର୍ଥ, ଆଙ୍ଗୱିଲା ଓ ସେଣ୍ଟ ପିଆର ମାଇକଲନ୍ ।
ୱାର୍ଲ୍ଡମିଟର ୱେବସାଇଟ ମୁତାବକ, ବିଶ୍ୱର ୨୧୫ଟି ଦେଶ ଓ ସ୍ଥାନ ମଧ୍ୟରୁ ୨୬ଟି ଦେଶରେ କରୋନା ସଂକ୍ରମିତ ବ୍ୟକ୍ତି ନାହାନ୍ତି । ନ୍ୟୁଜିଲ୍ୟାଣ୍ଡରେ ୧୫୦୪ଟି ମାମଲା ସାମନାକୁ ଆସିଥିଲା, ସେଥିମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଅନ୍ୟମାନେ ସୁସ୍ଥ ଅଛନ୍ତି ।