fbpx

ସକାଳୁ ଖାଲି ପେଟରେ ଚା’ ପିଉଛନ୍ତି କି? ତେବେ ସାବଧାନ୍

ସକାଳୁ ସକାଳୁ ଉଠି ଚା’ ପିଇବା ବହୁ ଳୋକଙ୍କର ଦୈନନ୍ଦିନ ଅଭ୍ୟାସ କହିଲେ ଚଳେ । କିନ୍ତୁ ଏହା ଶରୀର ପାଇଁ କେତେ ଯେ କ୍ଷତିକାରକ, ତାହା ଆପଣ ଜାଣିଛନ୍ତି କି? ଯଦି ନା, ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ ଚା’ ପିଇବାର କୁପ୍ରଭାବ ବିଷୟରେ..

– ସକାଳୁ ଖାଲି ପେଟରେ ଚା’ ପିଇଲେ ବି ମୁହଁରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରି ଥାଏ ।

– ସକାଳୁ ଖାଲି ପେଟରେ ଏପରି ଚା’ ପିଇବା ଦ୍ୱାରା ଧୀରେ ଧୀରେ ପେଟରେ ଘା’ ହୋଇଥାଏ ।

– ସକାଳୁ ଉଠି ଖାଲି ପେଟରେ ଚା’ ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ହୋଇଥାଏ । ପ୍ରକୃତରେ ଗଟ ନାମକ ଏକ ବ୍ୟାକ୍ଟେରିଆ ଆମ ପାଚନ ତନ୍ତ୍ର ମଜବୁତ ରଖିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ଚା’ ପିଇଲେ ଏହି ବ୍ୟାକ୍ଟେରିଆ ଗୁଡିକ କ୍ଷତିଗ୍ରସ୍ତ ହୋଇଥାନ୍ତି ।

– ଯେଉଁମାନେ ସକାଳ ଚା’ରୁ ଦିନର ଆରମ୍ଭ କରନ୍ତି ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ଅଧିକ ଥର ପରିସ୍ରା ଯିବା ଦ୍ୱାରା ଶରୀରର ଜଳୀୟ ଅଂଶ ବି କମିଯାଇଥାଏ । ଫଳରେ ଶରୀର ଠିକ ଭାବେ ହାଇଡ୍ରାଟେଡ଼ ହୋଇ ପାରିନଥାଏ । ଫଳରେ ଚର୍ମ ଶୁଷ୍କ ହେବା ସହ ଲୋଚାକୋଚା ହୋଇଯାଏ ।

– ଚା’ରେ ଅଧିକ ପରିମାଣରେ କାଫିନ ମହଜୂତ ଥାଏ । କିଛି ନ ଖାଇ ଏହାକୁ ପିଇବା ଦ୍ୱାରା ପେଟ ମଧ୍ୟ ଠିକରେ ସଫା ହୋଇ ନଥାଏ । ପେଟ ଠିକରେ ସଫା ନ ହେଲେ ଶରୀରରେ ରୋଗ ହେବାର ଆଶଙ୍କା ଅଧିକ ଥାଏ ।

– ସକାଳୁ ଖାଲି ପେଟରେ ଚା’ ପିଇବା ଦ୍ୱାରା ଏସିଡ଼ିଟି ବା ଗ୍ୟାସ ହେବାର ଆଶଙ୍କା ବି ବଢିଯାଏ ।

– ଚା’ ସେବନ କରିବା ଦ୍ୱାରା ହାଡ଼ରେ କଷ୍ଟ ଅନୁଭବ ହେବା ସହିତ ଦାନ୍ତ ମଧ୍ୟ ହଳଦିଆ ପଡ଼ିଯାଏ ।

– ଚା’ ପିଇବା ଦ୍ୱାରା ଏଥିରେ ଥିବା ଶର୍କରା ମଧ୍ୟ ଶରୀର ମଧ୍ୟକୁ ଯାଇଥାଏ। ଯଦ୍ଵାରା ଓଜନ ବଢ଼ିଥାଏ ଏବଂ ମୋଟାପଣ ପରି ସମସ୍ୟା ଦେଖାଯାଏ।

Get real time updates directly on you device, subscribe now.