fbpx

ଭୟ ବଢ଼ାଉଛି କରୋନା, ଦେଶରେ ୮ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୧୧ା୬: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏନେଇ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ଟପି ୮,୧୦୨ରେ ପହଞ୍ଚିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୫୭୯ ରହିଛି । ଏହାସହ ୧,୪୧,୦୨୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୩୭,୪୪୮ ଆକ୍ଟିଭ କେସ୍ ରହିଛି ।
ଗତ ୨୪ଘଣ୍ଟାରେ ଦେଶରେ ୯,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୭ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୩,୪୩୮, ଗୁଜୁରାଟରେ ୧୩୪୭, ଦିଲ୍ଲୀରେ ୯୮୪, ମଧ୍ୟପ୍ରଦେଶରେ ୪୨୭, ପଶ୍ଚିମବଙ୍ଗରେ ୪୩୨, ତାମିଲନାଡ଼ୁରେ ୩୨୬, ଉତ୍ତରପ୍ରଦେଶରେ ୩୨୧ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.