fbpx

ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁପରେ ସଡ଼ ଦୁର୍ଘଟଣା କମିଛି । ଦୁର୍ଘଟଣା ଜନିତ ମୃତ୍ୟୁହାର ସହ ଆହତଙ୍କ ସଂଖ୍ୟା ମଧ୍ୟ କମିଛି । ସଡ଼କ ଦୁର୍ଘଟଣା ହ୍ରାସ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି । ୨୦୧୯ ତୁଳନାରେ ୨୦୨୦ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର କମ ରହିଛି । ୨୦୧୯ ଜାନୁଆରୀରୁ ମାର୍ଚ୍ଚ ଭିତରେ ୩୦୫୮ ଦୁର୍ଘଟଣା ଘଟିଥିଲା । ସେହିପରି ଦୁର୍ଘଟଣାରେ ଗୁରୁତର ହୋଇଥିଲେ ୩୨୩୩ ଜଣ ଓ ୧୫୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ।୨୦୨୦ ଜାନୁଆରୀରୁ ମାର୍ଚ୍ଚ ଭିତରେ ୨୮୮୧ଟି ଦୁର୍ଘଟଣା ହୋଇଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଛନ୍ତି ୨୮୮୨ ଜଣ ଓ ୩ହଜାର ୫୩ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣା ହାର ତୁଳନା କଲେ ୧୭୭ଟି ଦୁର୍ଘଟଣା ହ୍ରାସ ପାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.