fbpx

ବରକୁ ୫୨ ତ କନ୍ୟାକୁ ୨୫! ଅସଂଯତ ଅବସ୍ଥାରେ ଧରାପଡିବାରୁ ଗାଁ ଦାଣ୍ଡରେ ହେଲା ବାହାଘର

ସରକାରୀ ବାବୁଙ୍କୁ ଭାରି ପଡିଲା ଚୋରା ପୀରତି । ଅସଂଯତ ଅବସ୍ଥାରେ ଯୁବତୀଙ୍କ ସହ ଧରାପଡିବାରୁ ଗାଁ ଦାଣ୍ଡରେ ଦୁହିଁଙ୍କ ବାହାଘର କରାଇଲେ ଗ୍ରାମବାସୀ । ଅନ୍ୟପଟେ ଝିଅକୁ ମାତ୍ର ୨୫ ବର୍ଷ ହୋଇଥିବା ବେଳେ ବରକୁ ୫୨ ବର୍ଷ । ଘର ସଂସାର କରି ପିଲାମାନଙ୍କୁ ବାହାଘର କରାଇସାରିଥିବା ସରକାରୀ ବାବୁଙ୍କ ଚୋରା ପୀରତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ସଙ୍ଗୀନ ଘଟଣା ବଲାଙ୍ଗିର ତରଭା ଥାନା ଅନ୍ତର୍ଗତ ଚାରଭଟା ଅଞ୍ଚଳରେ ଘଟିଯାଇଛି ବୋଲି ଜଣାପଡିଛି ।

ତେବେ ଖବର ମୁତାବକ, ୫୨ ବର୍ଷର ଏହି ବ୍ୟକ୍ତି ଜଣକ ଦୀର୍ଘ ୪ ବର୍ଷ ଧରି ୨୫ ବର୍ଷିୟା ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଏକଥା ସମସ୍ତଙ୍କ ସାମନାକୁ ଆସିବା ପରେ ବି ସେ ଯୁବତୀଙ୍କୁ ଛାଡିବାକୁ ନାରାଜ ହୋଇଥିଲେ । କିନ୍ତୁ ଗତ ଗୁରୁବାର ଦିନ ଯୁବତୀଙ୍କ ସହ ଅସଂଯତ ଅବସ୍ଥାରେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲେ ସରକାରୀ ବାବୁ । ଏନେଇ ବ୍ୟକ୍ତି ଓ ସଂପୃକ୍ତ ଯୁବତୀଙ୍କୁ ଗ୍ରାମବାସୀମାନେ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । ବ୍ୟକ୍ତିଜଣକ ଯୁବତୀଙ୍କୁ ଭଲ ପାଆନ୍ତି ଓ ବାହାହେବାକୁ ଚାହାନ୍ତି ବୋଲି ପୋଲିସ ଆଗରେ କହିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସମସ୍ତଙ୍କ ସାମନାରେ ଗାଁ ରାସ୍ତାରେ ହିଁ ଦୁହିଁଙ୍କ ବାହାଘର ହୋଇଥିଲା । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିବା ସହ ଲୋକମାନେ ବି ଜବରଦସ୍ତ କମେଣ୍ଟ ଦେଉଛନ୍ତି ।

Get real time updates directly on you device, subscribe now.