fbpx

CPI ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ, ଦୀର୍ଘ ଦିନ ଆଇସିୟୁରେ ଚିକିତ୍ସିତ ହେଉଥିଲେ

ଲକ୍ଷ୍ନୌ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI)ର ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ଶୁକ୍ରବାର ନିଧନ ହୋଇଛି । ସେ ଦୀର୍ଘ ଦିିନରୁ କ୍ୟାନସରରେ ପୀଡ଼ିତ ଥିଲେ । ଗତ ଏକ ମାସ ଧରି ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ସେଠାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

୧୯୭୭ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବେ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ଅତୁଲ ଅଞ୍ଜାନଙ୍କୁ ବାମପନ୍ଥି ରାଜନୀତିର ବଡ଼ ଚେହେରା ଭାବେ ବିବେଚିତ କରାଯାଉଥିଲା । ଛାତ୍ରଙ୍କ ସମସ୍ୟାକୁ ନେଇ ଆୱାଜ ଉଠାଉଥିବା ଯୋଗୁ ଅଞ୍ଜାନ ବେଶ ଲୋକପ୍ରିୟ ଥିଲେ । ଏଥିପାଇଁ ସେ ୪ଥର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଉତ୍ତରପ୍ରଦେଶର ବିଖ୍ୟାତ ପୋଲିସ- ପିଏସି ବିଦ୍ରୋହର ପ୍ରମୁଖ ନେତା ମଧ୍ୟରୁ ଅନ୍ୟତମ ଥିଲେ । କହିରଖୁଛୁ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରାୟ ୯ ମାସ ପର୍ଯ୍ୟନ୍ତ ଜେଲରେ ଥିଲେ । ତାଙ୍କ ପିତା ଡା.ଏପି ସିଂହ ଜଣେ ଅଭିଜ୍ଞ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

Get real time updates directly on you device, subscribe now.