ବଡ଼ ଖବର: ଉତ୍ତର ପ୍ରଦେଶ ରାୟବରେଲୀରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢିବେ ରାହୁଲଗାନ୍ଧୀ । ଅନ୍ୟପଟେ ଆମେଥିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା । ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି । ପ୍ରିୟଙ୍କାଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନା ବର୍ତ୍ତମାନ ଶେଷ ହୋଇଛି । ଆଜି ଉଭୟ ଆସନ ପାଇଁ ନାମାଙ୍କନର ଶେଷ ତାରିଖ ରହିଛି । ରାହୁଲ ଗାନ୍ଧୀ ଆଜି ରାୟବରେଲିରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ଦୀନେଶ ସିଂ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ବିଜେପିରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

କିଶୋରୀ ଲାଲ ଶର୍ମା ଗାନ୍ଧୀ ପରିବାରର ଜଣେ ବିଶ୍ୱାସ ପାତ୍ର । ସେ ରାୟବରେଲୀରେ ସୋନିଆ ଗାନ୍ଧୀଙ୍କ ପ୍ରତିନିଧି ମଧ୍ୟ ରହିଛନ୍ତି । ଯେତେବେଳେ ଗାନ୍ଧୀ ପରିବାର ସହ ଜଡ଼ିତ ମାମଲାର କଥା ଆସେ ସେତେବେଳେ କିଶୋରୀ ଲାଲ ଶର୍ମା ରାୟବରେଲୀ ଏବଂ ଅମେଥୀରେ ପଏଣ୍ଟ ପର୍ସନ ଅଟନ୍ତି । ବର୍ତ୍ତମାନ କିଶୋରୀ ଲାଲ ଶର୍ମା ବିଜେପି ସ୍ମୃତି ଇରାନୀଙ୍କ ବିପକ୍ଷରେ ନିର୍ବାଚନ ଲଢିବେ, ଯିଏ ୨୦୨୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ ।