fbpx

ବନ ବିଭାଗ ପକ୍ଷରୁ ନିଷ୍ପତ୍ତି: ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର: ଭିତରକନିକା ଜାତୀୟ ଉଦ୍ୟାନର ପ୍ରବାହିତ ନଦୀରେ ବାସବସ କରୁଥିବା ବଉଳା କୁମ୍ଭୀରମାନଙ୍କର ପ୍ରଜନନ ଋତୁ ପାଖେଇ ଆସିଲାଣି । ଏହାକୁ ଆଖି ଆଗରେ ରଖି ରାଜନଗର ବନ ବିଭାଗ ପକ୍ଷରୁ ଚଳିତମାସ ୧ ତାରିଖଠାରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଜାତୀୟ ଉଦ୍ୟାନ ଭିତରକନିକା ବନ୍ଦ ରହିବ । ଏହି ସମୟ ଭିତରେ ରାଜ୍ୟ ତଥା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭ୍ରମଣ ଲାଗି ପ୍ରବେଶ ବନ୍ଦ ରହିବ ।

ଏହା ପ୍ରଜନନ ଋତୁ ସମୟ ହୋଇଥିବାରୁ ପୁରୁଷ ଓ ମାଆ କୁମ୍ଭୀର ମିଳନ ପର୍ବରେ ନିମଗ୍ନ ରହିଥାନ୍ତି । ଏହି ସମୟରେ ଭିତରେ ମାଆ କୁମ୍ଭୀର ଅଣ୍ଡାଦାନ ପକ୍ରିୟା ଶେଷ କରିଥାଏ । ଉଭୟ ମାଆ ଏବଂ ପୁରୁଷ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ୩ ଫୁଟ ଉଚ୍ଚରେ ବସା ବନ୍ଧିଥାଆନ୍ତି ।

ସେମାନେ ସାଧାରଣତଃ ନଦୀ କୂଳଠାରୁ ଜୁଆର ଆସି ପାରୁନଥିବା ନିରାପଦ ସ୍ଥାନରେ ବସା ତିଆରି କରିଥାନ୍ତି । ଏହି ବସାରେ ମାଆ କୁମ୍ଭୀର ଆଣ୍ଡା ଦେଇଥାଏ । ଏହି ଅଣ୍ଡାଦାନ ସମୟରେ ସେମାନେ ହିଂସ୍ର ହୋଇଯାଇଥାନ୍ତି । ସେମାନଙ୍କ ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି ହେଲେ ସେମାନେ ଆକ୍ରମଣ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବେଶ ଏବଂ ପରିଭ୍ରମଣକୁ ବନ୍ଦ ରଖାଯିବ ବୋଲି ରାଜନଗର ଡିଏଫଓ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.