fbpx

ବିସ୍ଫୋରଣ ହେଲା ନେତାଙ୍କ ପାଇଁ ଆସିଥିବା ହେଲିକପ୍ଟର, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହାଡରେ ଶିବସେନାର ନେତା ସୁଷମା ଅନ୍ଧାରେଙ୍କ ପାଇଁ ଆସିଥିବା ହେଲିକପ୍ଟରର ବିସ୍ଫୋରଣ ଘଟିଛି । ସୁଷମା ଅନ୍ଧାରେ ହେଲିକପ୍ଟରରେ ଚଢିବା ପୂର୍ବରୁ ହିଁ ତାହା କ୍ରାସ ହୋଇଯାଇଛି । ପାଇଲଟ ଜଣକ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି ।

ହେଲିକପ୍ଟରର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁଷମା ଅନ୍ଧାରେ ହେଲିକପ୍ଟରରେ ଚଢିବା ପୂର୍ବରୁ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆଶ୍ୱସ୍ତିକର କଥା ହେଉଛି ଯେ, ଏକ ବଡ ଦୁର୍ଘଟଣା ଟଳି ଗଲା । ଆଜି ସକାଳ ୯ଟା ୩୦ ମିନିଟରେ ସୁଷମା ଅନ୍ଧାରେ ବାରାମତି ଯାଇଥାଆନ୍ତେ ।

ସେ ବାରାମତୀରେ ଆୟୋଜିତ ମହିଳା ମେଳାରେ ଭାଗ ନେବା ଲାଗି ମହାଡରୁ ବାରାମତି ପାଇଁ ଯାଇଥାଆନ୍ତେ । ହେଲିକପ୍ଟର ଦୁର୍ଘଟଣା ସୁଷମା ଅନ୍ଧାରେଙ୍କ ସାମ୍ନାରେ ଘଟିଲା । ତେବେ ଏଥିରେ ପାଇଲଟ ସୁରକ୍ଷିତ ଅଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ପାଇଲଟଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.